ସ୍ୱେଚ୍ଛାକୃତ ଭାବେ ଶିକ୍ଷାଦାନ...ଉଦାହରଣ ସୃଷ୍ଟି କଲା ଗଂଜାମର ଖଣ୍ଡଦେଉଳି ସରକାରୀ ଉଚ୍ଚ ବିଦ୍ୟାଳୟ..ସ୍ୱେଚ୍ଛାକୃତ ଭାବେ ଶିକ୍ଷାଦାନ କରୁଥିବା ପୂରାତନ ଛାତ୍ରଛାତ୍ରୀ ଅତୁଳନୀୟ ଅବଦାନ

Advertisment
ସ୍ୱେଚ୍ଛାକୃତ ଭାବେ ଶିକ୍ଷାଦାନ...ଉଦାହରଣ ସୃଷ୍ଟି କଲା ଗଂଜାମର ଖଣ୍ଡଦେଉଳି ସରକାରୀ ଉଚ୍ଚ ବିଦ୍ୟାଳୟ..ସ୍ୱେଚ୍ଛାକୃତ ଭାବେ ଶିକ୍ଷାଦାନ କରୁଥିବା ପୂରାତନ ଛାତ୍ରଛାତ୍ରୀ ଅତୁଳନୀୟ ଅବଦାନ

କନକ ବ୍ୟୁରୋ: ଗଂଜାମ ଜିଲ୍ଲା ଅନ୍ତର୍ଗତ ଖଣ୍ଡଦେଉଳି ସରକାରୀ ଉଚ୍ଚ ବିଦ୍ୟାଳୟ ଏବେ ସମଗ୍ର ଜିଲ୍ଲାରେ ହୋଇପାରିଛି ଭିନ୍ନ । ଶିକ୍ଷକ, ଶୀକ୍ଷୟତ୍ରୀଙ୍କ ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା ଏବଂ ଗାଁଲୋକଙ୍କ ସହୟତାର ସମନ୍ୱୟରେ ଏହି ବିଦ୍ୟାଳୟ ଆଜି ହୋଇପାରିଛି ଏକ ଆଦର୍ଶ ବିଦ୍ୟାଳୟ । ବିଶେଷ କରି ଏହି ଅନୁଷ୍ଠାନରେ ସ୍ୱେଚ୍ଛାକୃତ ଭାବେ ଶିକ୍ଷାଦାନ କରୁଥିବା କିଛି ପୂରାତନ ଛାତ୍ରଛାତ୍ରୀ ଅବଦାନ ଅତୁଳନୀୟ ।

publive-image

ସ୍ୱଚ୍ଛ ଓ ସମୃଦ୍ଧ ପରିବେଶ, ନିର୍ମଳ ବାତାବରଣ ଭିତରେ ଗଂଜାମ ବ୍ଲକ ଖଣ୍ଡଦେଉଳି ସରକାରୀ ଉଚ୍ଚ ବିଦ୍ୟାଳୟ । ଶିକ୍ଷକ – ଶୀକ୍ଷୟତ୍ରୀଙ୍କ ଦାୟିତ୍ୱ ସମ୍ପନ୍ନ ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା ଏହି ବିଦ୍ୟାଳୟକୁ କରିଛି ସମଗ୍ର ଜିଲ୍ଲାରେ ଅନନ୍ୟ । ବିଶେଷ କରି କିଛି ପୂର୍ବତନ ଛାତ୍ରଛାତ୍ରୀଙ୍କ ସ୍ୱେଚ୍ଛାକୃତ ଭାବେ ଶିକ୍ଷାଦାନ ପାଇଁ ଏହି ଅନୁଷ୍ଠାନ ହୋଇ ପାରିଛି ଅନ୍ୟମାନଙ୍କ ଠାରୁ ଭିନ୍ନ ।

publive-image

ବିଦ୍ୟାଳୟ ପରିଚାଳନା କମିଟିର ଅନୁରୋଧ କ୍ରମେ ଏହି ପୁରାତନ ଛାତ୍ରଛାତ୍ରୀ ସ୍ୱଇଚ୍ଛାରେ ଆସି ସ୍କୁଲରେ ଶୀକ୍ଷାଦାନ କରୁଛନ୍ତି । ଗତ ୧୦ ବର୍ଷ ଧରି ନିସ୍ୱାର୍ଥପର ଭାବେ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବନାଇଆସୁଛନ୍ତି ଏହି ଶୀକ୍ଷକ-ଶୀକ୍ଷୟତ୍ରୀମାନେ । ଯାହାକୁ ସ୍ୱାଗତ କରିଛନ୍ତି ଛାତ୍ରଛାତ୍ରୀଙ୍କ ସହ ସ୍କୃଲର ପ୍ରଧାନଶୀକ୍ଷୟତ୍ରୀ ଏବଂ ଗ୍ରାମବାସୀ । ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ଶୀକ୍ଷକ-ଶୀକ୍ଷୟତ୍ରୀ ଙ୍କ ନିଆରା ଅବଦାନ ଦେଖିବାକୁ ମିଳିଛି ଖଣ୍ଡଦେଉଳି ସରକାରୀ ଉଚ୍ଚ ବିଦ୍ୟାଳୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe