ସ୍ୱେଚ୍ଛାକୃତ ଭାବେ ଶିକ୍ଷାଦାନ…ଉଦାହରଣ ସୃଷ୍ଟି କଲା ଗଂଜାମର ଖଣ୍ଡଦେଉଳି ସରକାରୀ ଉଚ୍ଚ ବିଦ୍ୟାଳୟ..ସ୍ୱେଚ୍ଛାକୃତ ଭାବେ ଶିକ୍ଷାଦାନ କରୁଥିବା ପୂରାତନ ଛାତ୍ରଛାତ୍ରୀ ଅତୁଳନୀୟ ଅବଦାନ

265

କନକ ବ୍ୟୁରୋ: ଗଂଜାମ ଜିଲ୍ଲା ଅନ୍ତର୍ଗତ ଖଣ୍ଡଦେଉଳି ସରକାରୀ ଉଚ୍ଚ ବିଦ୍ୟାଳୟ ଏବେ ସମଗ୍ର ଜିଲ୍ଲାରେ ହୋଇପାରିଛି ଭିନ୍ନ । ଶିକ୍ଷକ, ଶୀକ୍ଷୟତ୍ରୀଙ୍କ ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା ଏବଂ ଗାଁଲୋକଙ୍କ ସହୟତାର ସମନ୍ୱୟରେ ଏହି ବିଦ୍ୟାଳୟ ଆଜି ହୋଇପାରିଛି ଏକ ଆଦର୍ଶ ବିଦ୍ୟାଳୟ । ବିଶେଷ କରି ଏହି ଅନୁଷ୍ଠାନରେ ସ୍ୱେଚ୍ଛାକୃତ ଭାବେ ଶିକ୍ଷାଦାନ କରୁଥିବା କିଛି ପୂରାତନ ଛାତ୍ରଛାତ୍ରୀ ଅବଦାନ ଅତୁଳନୀୟ ।

ସ୍ୱଚ୍ଛ ଓ ସମୃଦ୍ଧ ପରିବେଶ, ନିର୍ମଳ ବାତାବରଣ ଭିତରେ ଗଂଜାମ ବ୍ଲକ ଖଣ୍ଡଦେଉଳି ସରକାରୀ ଉଚ୍ଚ ବିଦ୍ୟାଳୟ । ଶିକ୍ଷକ – ଶୀକ୍ଷୟତ୍ରୀଙ୍କ ଦାୟିତ୍ୱ ସମ୍ପନ୍ନ ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା ଏହି ବିଦ୍ୟାଳୟକୁ କରିଛି ସମଗ୍ର ଜିଲ୍ଲାରେ ଅନନ୍ୟ । ବିଶେଷ କରି କିଛି ପୂର୍ବତନ ଛାତ୍ରଛାତ୍ରୀଙ୍କ ସ୍ୱେଚ୍ଛାକୃତ ଭାବେ ଶିକ୍ଷାଦାନ ପାଇଁ ଏହି ଅନୁଷ୍ଠାନ ହୋଇ ପାରିଛି ଅନ୍ୟମାନଙ୍କ ଠାରୁ ଭିନ୍ନ ।

ବିଦ୍ୟାଳୟ ପରିଚାଳନା କମିଟିର ଅନୁରୋଧ କ୍ରମେ ଏହି ପୁରାତନ ଛାତ୍ରଛାତ୍ରୀ ସ୍ୱଇଚ୍ଛାରେ ଆସି ସ୍କୁଲରେ ଶୀକ୍ଷାଦାନ କରୁଛନ୍ତି । ଗତ ୧୦ ବର୍ଷ ଧରି ନିସ୍ୱାର୍ଥପର ଭାବେ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବନାଇଆସୁଛନ୍ତି ଏହି ଶୀକ୍ଷକ-ଶୀକ୍ଷୟତ୍ରୀମାନେ । ଯାହାକୁ ସ୍ୱାଗତ କରିଛନ୍ତି ଛାତ୍ରଛାତ୍ରୀଙ୍କ ସହ ସ୍କୃଲର ପ୍ରଧାନଶୀକ୍ଷୟତ୍ରୀ ଏବଂ ଗ୍ରାମବାସୀ । ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ଶୀକ୍ଷକ-ଶୀକ୍ଷୟତ୍ରୀ ଙ୍କ ନିଆରା ଅବଦାନ ଦେଖିବାକୁ ମିଳିଛି ଖଣ୍ଡଦେଉଳି ସରକାରୀ ଉଚ୍ଚ ବିଦ୍ୟାଳୟ ।

Comments are closed.