କନକ ବ୍ୟୁରୋ: ଗଂଜାମ ଜିଲ୍ଲା ଅନ୍ତର୍ଗତ ଖଣ୍ଡଦେଉଳି ସରକାରୀ ଉଚ୍ଚ ବିଦ୍ୟାଳୟ ଏବେ ସମଗ୍ର ଜିଲ୍ଲାରେ ହୋଇପାରିଛି ଭିନ୍ନ । ଶିକ୍ଷକ, ଶୀକ୍ଷୟତ୍ରୀଙ୍କ ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା ଏବଂ ଗାଁଲୋକଙ୍କ ସହୟତାର ସମନ୍ୱୟରେ ଏହି ବିଦ୍ୟାଳୟ ଆଜି ହୋଇପାରିଛି ଏକ ଆଦର୍ଶ ବିଦ୍ୟାଳୟ । ବିଶେଷ କରି ଏହି ଅନୁଷ୍ଠାନରେ ସ୍ୱେଚ୍ଛାକୃତ ଭାବେ ଶିକ୍ଷାଦାନ କରୁଥିବା କିଛି ପୂରାତନ ଛାତ୍ରଛାତ୍ରୀ ଅବଦାନ ଅତୁଳନୀୟ ।
ସ୍ୱଚ୍ଛ ଓ ସମୃଦ୍ଧ ପରିବେଶ, ନିର୍ମଳ ବାତାବରଣ ଭିତରେ ଗଂଜାମ ବ୍ଲକ ଖଣ୍ଡଦେଉଳି ସରକାରୀ ଉଚ୍ଚ ବିଦ୍ୟାଳୟ । ଶିକ୍ଷକ – ଶୀକ୍ଷୟତ୍ରୀଙ୍କ ଦାୟିତ୍ୱ ସମ୍ପନ୍ନ ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା ଏହି ବିଦ୍ୟାଳୟକୁ କରିଛି ସମଗ୍ର ଜିଲ୍ଲାରେ ଅନନ୍ୟ । ବିଶେଷ କରି କିଛି ପୂର୍ବତନ ଛାତ୍ରଛାତ୍ରୀଙ୍କ ସ୍ୱେଚ୍ଛାକୃତ ଭାବେ ଶିକ୍ଷାଦାନ ପାଇଁ ଏହି ଅନୁଷ୍ଠାନ ହୋଇ ପାରିଛି ଅନ୍ୟମାନଙ୍କ ଠାରୁ ଭିନ୍ନ ।
ବିଦ୍ୟାଳୟ ପରିଚାଳନା କମିଟିର ଅନୁରୋଧ କ୍ରମେ ଏହି ପୁରାତନ ଛାତ୍ରଛାତ୍ରୀ ସ୍ୱଇଚ୍ଛାରେ ଆସି ସ୍କୁଲରେ ଶୀକ୍ଷାଦାନ କରୁଛନ୍ତି । ଗତ ୧୦ ବର୍ଷ ଧରି ନିସ୍ୱାର୍ଥପର ଭାବେ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବନାଇଆସୁଛନ୍ତି ଏହି ଶୀକ୍ଷକ-ଶୀକ୍ଷୟତ୍ରୀମାନେ । ଯାହାକୁ ସ୍ୱାଗତ କରିଛନ୍ତି ଛାତ୍ରଛାତ୍ରୀଙ୍କ ସହ ସ୍କୃଲର ପ୍ରଧାନଶୀକ୍ଷୟତ୍ରୀ ଏବଂ ଗ୍ରାମବାସୀ । ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ଶୀକ୍ଷକ-ଶୀକ୍ଷୟତ୍ରୀ ଙ୍କ ନିଆରା ଅବଦାନ ଦେଖିବାକୁ ମିଳିଛି ଖଣ୍ଡଦେଉଳି ସରକାରୀ ଉଚ୍ଚ ବିଦ୍ୟାଳୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/Screen-Shot-2019-11-05-at-9.11.22-AM.png)
/kanak/media/post_attachments/wp-content/uploads/2019/11/Screen-Shot-2019-11-05-at-9.14.30-AM-300x178.png)
/kanak/media/post_attachments/wp-content/uploads/2019/11/Screen-Shot-2019-11-05-at-9.11.39-AM-300x225.png)