କନକ ବ୍ୟୁରୋ: ଗଞ୍ଜାମ କୋଭିଡ଼ କେୟାର ସେଂଟରର ଅବ୍ୟବସ୍ଥା ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଘଟଣାରେ ଜିଲ୍ଲା ପ୍ରଶାସନ କଲା ହସ୍ତକ୍ଷେପ । ଗୋଳନ୍ଥରା ପାଲୁର ହିଲ୍ ଠାରେ ଥିବା କୋଭିଡ଼ ସେଂଟରକୁ ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ଉପଜିଲ୍ଲାପାଳ ପହଂଚି ସ୍ଥିତର ତଦାରଖ କରିଛନ୍ତି । ପ୍ରତ୍ୟେକ ଦିନ ଶୌଚାଳୟକୁ ସାନିଟାଇଜ କରିବା ସହ ଆବଶ୍ୟକ ପରିମାଣର ପାଣି ଯୋଗାଇ ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ତେବାସୀଙ୍କୁ ସେଠାରେ ଆବଦ୍ଧ କରି ରଖାଯାଇଥିବା ମଧ୍ୟ ଅଭିଯୋଗ ହୋଇଥିବା ବେଳେ ଗତକାଲି କିଛି ରୋଗୀଙ୍କୁ ସେଠାରୁ ଡ଼ିସଚାର୍ଜ ମଧ୍ୟ କରାଯାଇଛି ।

Advertisment

publive-image

ସେହିପରି କୋଭିଡ଼ କେୟାର ହସପିଟାଲର ସୁପରିଚାଳନା ନିମନ୍ତେ ସ୍ୱତନ୍ତ୍ର ଏସଡ଼ିଏମଓଙ୍କୁ ଦାୟିତ୍ୱ ଦିଆଯାଇଛି । ଶୌଚାଳୟ ପରିଷ୍କାର ପରିଚ୍ଛନ୍ନତା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ କୋଭିଡ଼ କେୟାର ସେଂଟରରେ ଥିବା ଲୋକ । ଯାହା ପରେ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ ହୋଇଥିଲା । ଏହି ଭିଡ଼ିଓ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଘଟଣାକୁ ଗୁରତ୍ୱର ସହ ନେଇ କୋଭିଡ଼ କେୟାର ସେଂଟର ଯାଇ ସ୍ଥିତି ପରକ୍ଷି ଥିଲେ ଜିଲ୍ଲାପାଳ ।