ଗଞ୍ଜାମର ସମିତି ସଭ୍ୟଙ୍କୁ ଉଠାଇନେଲା ମହାରାଷ୍ଟ୍ର ପୋଲିସ । ଦୁଷ୍କର୍ମ, ଠକେଇ ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମହାରାଷ୍ଟ୍ର ଜଣେ ମହିଳା

589

କନକ ବ୍ୟୁରୋ : ସମିତି ସଭ୍ୟଙ୍କୁ ଉଠାଇନେଲା ମହାରାଷ୍ଟ୍ର ପୋଲିସ । ଧର୍ଷଣ ଓ ଠକେଇ ପରି ସଙ୍ଗୀନ ଅଭିଯୋଗରେ ଗଂଜାମ ଜିଲ୍ଲା ହିଂଜିଳି ବ୍ଲକ କୁଂଚୁଡୁ ପଂଚାୟତ ସମିତି ସଭ୍ୟଙ୍କୁ ଉଠାଇନେଲା ମହାରାଷ୍ଟ୍ର ପୋଲିସ । ସମିତି ସଭ୍ୟ ଏ.ସୁଦାମଙ୍କ ନାଁରେ ମହାରାଷ୍ଟ୍ରର ଜଣେ ମହିଳା ଧର୍ଷଣ ଓ ଠକେଇ ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ଏ ସୁଦାମଙ୍କ ନାଁରେ ୩୭୬, ୪୨୦, ୪୦୬, ୫୦୪, ୫୦୬ ଓ ଆଇପିସି ଧାରା ୩୪ଅନୁଯାୟୀ ମାମଲା ରୁଜୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ର ମୋନିପଡା ଥାନାରେ ଜଣେ ମହିଳାଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ହିଂଜିଳି ପୋଲିସ ସହାୟତାରେ ଏ.ସୁଦାମଙ୍କୁ ଶନିବାର ରାତିରେ ତାଙ୍କ ବାସଭବନରୁ ପୋଲିସ ଉଠାଇ ନେଇଥିଲା । ଆଜି ମଧ୍ୟାହ୍ନରେ ପୋଲିସ ଆଇନ ଅନୁଯାୟୀ ଅଭିଯୁକ୍ତ ସମିତି ସଭ୍ୟଙ୍କୁ ସିଜେଏମ କୋର୍ଟରେ ହାଜର କରାଯାଇଛି ।