କନକ ବ୍ୟୁରୋ: ନ୍ୟାୟ ଦାବିରେ ଯୁବକଙ୍କ ଆତ୍ମହୂତି ଉଦ୍ୟମ କରିଥିବା ଯୁବକ ଶେଷରେ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଗତକାଲି ଗଂଜାମ ଏସପି ଅଫିସ ଆଗରେ ଘଟିଥିଲା ଏହି ଅଭାବନୀୟ ଘଟଣା । ଦେହରେ ପେଟ୍ରୋଲ ଢାଳି ହୋଇ ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ଉପସ୍ଥିତ ପୁଲିସ କର୍ମଚାରୀ ଯୁବକ ଜଳିଯାଉଥିବା ବେଳେ ଏକ କମ୍ବଳ ଘୋଡେଇ ନିଆଁକୁ ଆୟତ କରିିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆତ୍ମହୂତି ଉଦ୍ୟମ କରିଥିବା ଯୁବକ ଛତ୍ରପୁର ନିକଟ ବୋରଗାଁର ବାଦଲ ସାହୁ ବୋଲି ଜଣାପଡିଛି । ଗାଁରେ ତାଙ୍କୁ ବାସନ୍ଦ କରାଯାଇଥିବାରୁ ସେ ନ୍ୟାୟ ପାଇଁ ବାରମ୍ବାର ଗଂଜାମ ଏସପି ଆସୁଥିଲେ । ହେଲେ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ହତାଶ ହୋଇ ବାଦଲ ନିଜ ଦେହରେ ପେଟ୍ରୋଲ ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/8-20.jpg)