ଚୋରକୁ ନେଇଗଲା ପୁଲିସ, ଫେରାଇବା ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ ! ଆସ୍କା-ବ୍ରହ୍ମପୁର ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ

Advertisment
ଚୋରକୁ ନେଇଗଲା ପୁଲିସ, ଫେରାଇବା ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ ! ଆସ୍କା-ବ୍ରହ୍ମପୁର ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ

କନକ ବ୍ୟୁରୋ: ଚୋରକୁ ଫେରାଇବା ଦାବିରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା କଁଚୁଡୁ ଗାଁରେ । ରାତି ଅନିଦ୍ରା ହୋଇ ଗ୍ରାମବାସୀ ଚୋରକୁ କାବୁ କରିଥିବା ବେଳେ ପୋଲିସ ଥାନାକୁ ନେଇଯିବାରୁ ଦେଖାଦେଇଛି ଉତ୍ତେଜନା ।

ସୂଚନା ମୁତାବକ, ଦୀର୍ଘ ଦିନ ହେବ କଁଚୁଡୁ ଗାଁରେ ଅନେକ ଲୋକଙ୍କ ଘରୁ ନିୟମିତ ଭାବେ ଚୋରି ହୋଇ ଆସୁଥିଲା । ଥାନାରେ ବାରମ୍ବାର ଅଭିଯୋଗ କରିଥିଲେ ବି ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ଶେଷରେ ଗ୍ରାମବାସୀ ରାତି ଅନିଦ୍ରା ହୋଇ ଜଗିବା ପରେ ଗତକାଲି ଚୋରକୁ ଧରି ଥିଲେ ।

ଗାଁରୁ ହେଉଥିବା ଚୋରି ପଛରେ ସେ ଏକା ନା ଆଉ କେଉଁ ଗ୍ୟାଙ୍ଗ ଏଥିରେ ସଂପୃକ୍ତ ରହିଛି ସେ ନେଇ ଗ୍ରାମବାସୀ ଜେରା କରୁଥିଲେ । କିନ୍ତୁ ପୋଲିସ ପହଂଚି ଚୋରକୁ ଥାନାକୁ ନେଇଯିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଚୋରକୁ ଫେରାଇବା ଦାବି କରି ଆସ୍କା-ବ୍ରହ୍ମପୁର ୫୯ ନମ୍ବର ଜାତୀୟ ରାଜପଥକୁ ଟାୟାରଜାଳି ଅବରୋଧ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe