ବିଶୁଦ୍ଧ ପାଣି ମୁନ୍ଦେ ପାଇବା ପାଇଁ ଡ଼ହଳବିକଳ ବାଦପଲ୍ଲୀ ଗାଁଲୋକ : ଶୋଷ ମେଣ୍ଟାଇବା ପାଇଁ ପୁରା ଗାଁର ସାହାରା ସାଜିିଛି ଗୋଟିଏ ନାଳ

133

କନକ ବ୍ୟୁରୋ : ସବୁ ଲୋକ କେମିତି ଶୁଦ୍ଧ ପାନୀୟ ଜଳ ପାଇବେ ସେଥିପାଇଁ ସରକାରଙ୍କ ବସୁଧା ଯୋଜନା । ଏହି ଯୋଜନା ଜରିଆରେ ସୋଲାର ଟାଙ୍କି ନିର୍ମାଣ କରାଯାଉଛି । କିନ୍ତୁ ଆଜି ବି ଅନେକ ଅଂଚଳରେ ଚୂଆରୁ ପାଣି ସଂଗ୍ରହ କରି ପିଉଛନ୍ତି ଗଂଜାମ ଜିଲ୍ଲା ଖଲ୍ଲିକୋଟ ଅଂଚଳର ଗ୍ରାମବାସୀ ।

ଖଲ୍ଲିକୋଟ ବ୍ଲକର ଆଦିବାସୀ ଅଧୂସିତ ପଂଚାୟତ ବାଦପାଲ୍ଲୀ  । ଏଠାରେ ଶୁଦ୍ଧ ପାନୀୟ ଜଳ ପାଇଁ ଆଉଟୁପାଉଟୁ ହୁଅନ୍ତି ଗ୍ରାମବାସୀ । ବାଦପାଲ୍ଲୀ ପଂଚାୟତର ଛକାସିଙ୍ଗ ଓ ଯାନି ଛକାସିଙ୍ଗରେ ପ୍ରାୟ ୧୫୦ ସହରୁ ଅଧିକ ପରିବାର ରହୁଥିଲେ ମଧ୍ୟ ଏମାନଙ୍କ ପାଖରେ ପହଂଚି ପାରିନାହିଁ ସରକାରଙ୍କ ବସୁଧା ଯୋଜନା । ଗାଁରେ ଦୁଇଟି  ନଳକୂପ ଓ ଗୋଟିଏ କୂଅ ରାହଛି । କିନ୍ତୁ ସେଥିରୁ ବାହାରୁଥିବା ପାଣି ପିଇବା ଯୋଗ୍ୟ ହେଉନଥିବାରୁ ଲୋକେ ପାହାଡ ତଳେ ଥିବା ଏକ ନାଳ ଉପରେ ଭରଷା କରିଥାନ୍ତି । ନାଳରେ ଚୂଆ କରୀ  ସେଠାରୁ ପାଣିକୁ ସଂଗ୍ରହ କରନ୍ତି ।

ଲୋକେ ଚୁଆ ପାଣି ପିଇ ବିଭିନ୍ନ ରୋଗରେ ପଡୁଥିବା ବେଳେ ଅଚଳ ହୋଇପଡିଛି ଜଳ ଯୋଗାଣ ପ୍ରକଳ୍ପ । ୭ ବର୍ଷ ତଳେ ବାଦପଲ୍ଲୀ ମୋହନ ସାଗର ପାହାଡର ପାଦଦେଶରେ ୧୫ ଲକ୍ଷ ଟଙ୍କାର ୩୦ ହଜାର ଲିଟର କଂକ୍ରିଟ ପାଣି ଟାଙ୍କି ତିଆରି ହୋଇଛି । କିନ୍ତୁ ତାହା କାର୍ଯ୍ୟକ୍ଷମ ହେଉନାହିଁ । ସାହାରା ସାଜିଛି କେବଳ ଗୋଟିଏ କୂଅ । ସେପଟେ ଖଲ୍ଲିକୋଟ ବିଡିଓ କହିଛନ୍ତି ପଂଚାୟତ ଫଣ୍ଡରୁ ଛକାସିଙ୍ଗ ପାଇଁ ସୋଲାର ଟାଙ୍କି ପ୍ରକଳ୍ପ ଅନୁମୋଦନ କରାଯାଇଛି ଏବଂ ବାଦପଲ୍ଲୀ ଟାଙ୍କି ମରାମତି କରାଯିବ ।