କନକ ବ୍ୟୁରୋ : ସରପଞ୍ଚ ସ୍ୱାମୀଙ୍କ ଦବଙ୍ଗଗିରି । ରାତି ଅଧରେ ବ୍ଳକ ଭିତରେ ପଶି ଜି.ଆର.ଏସଙ୍କୁ ମାରପିଟ୍ କରିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ୨୨ ନମ୍ବର ଜୋନର ପୂର୍ବତନ ଜିଲ୍ଲାପରିଷଦ ତଥା ବର୍ତ୍ତମାନ ଗାୟଗଣ୍ଡା ସରପଞ୍ଚ ପଦ୍ମଜା ପାତ୍ରଙ୍କ ସ୍ୱାମୀ ରଙ୍କନିଧି ପାତ୍ରଙ୍କ ଦବଙ୍ଗଗିରି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

ଜିଆରଏସଙ୍କୁ ମାରମାରିବାର ସିସିଟିଭି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଭିଡ଼ିଓରେ ରଙ୍କନିଧି ପାତ୍ର ବ୍ଳକକୁ ଆସି ଅଭଦ୍ରାମିର ଚରମ ସୀମା ଡେଇଁଥିବା ଦେଖିବାକୁ ମିଳିଛି । ପ୍ରଥମେ ଜଣେ ସରକାରୀ ବାବୁଙ୍କୁ ଗୋଟେ ପରେ ଗୋଟେ ଚାପୁଡ଼ା ମାରିବା ପରେ ନିଜ ସାଙ୍ଗରେ ଆସିଥିବା ବନ୍ଧୁଙ୍କୁ ନିର୍ଦ୍ଧୁମ ଛେଚୁଥିବା ଦେଖିବାକୁ ମିଳିଛି । ମାଡ଼ ଖାଇଥିବା ବ୍ୟକ୍ତି ଜଣଙ୍କ ହେଲେ ଗାୟଗଣ୍ଡାର ଜିଆରଏସ ପିତାମ୍ବର ସାହୁ । ଏତେ ବଡ଼ ଘଟଣା ଘଟିବା ପରେ ବି ତାଙ୍କ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।