ଗଞ୍ଜାମ ଗୋଳନ୍ଥରା ଥାନାରେ ଯୁବକଙ୍କ ଆତ୍ମହତ୍ୟା ପ୍ରସଙ୍ଗ : ହସ୍ତକ୍ଷେପ କଲେ ଓଡ଼ିଶା ମାନବଧିକାର କମିଶନ, ୪ ସପ୍ତାହରେ ରିପୋର୍ଟ ଦାଖଲ ପାଇଁ ଡିଆଇଜିଙ୍କୁ ନିର୍ଦ୍ଦେଶ… ସିସିଟିଭି ଫୁଟେଜ ମଗାଇଲେ ଓଏଚଆରସି

106

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନାରେ ଜଣେ ଯୁବକ ଆତ୍ମହତ୍ୟା କରିବା ଭଳି ସମ୍ବେଦନଶୀଳ ଘଟଣାରେ ହସ୍ତକ୍ଷେପ କରିଛନ୍ତି ଓଡ଼ିଶା ମାନବଧିକାର କମିଶନ । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଆଧାର କରି ଓଏଚଆରସି ନିଜ ଆଡୁ ମାମଲା ରୁଜୁ କରିବା ସହ ୪ ସପ୍ତାହ ମଧ୍ୟରେ ଘଟଣାର ସତ୍ୟାସତ୍ୟ ତଦନ୍ତ କରି ରିପୋର୍ଟ ଦାଖଲ କରିବା କରିବା ପାଇଁ ଦକ୍ଷିଣାଂଚଳ ରେଂଜ ଡିଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ଅଭିଯୁକ୍ତଙ୍କୁ ହସ୍ପିଟାଲ ନେବାର ୪ ଘଂଟା ପୂର୍ବରୁ ଥାନାରେ ସିସିଟିଭ ଫୁଟେଜ ମଧ୍ୟ ଦାଖଲ କରିବାକୁ କୁହଯାଇଛି । ପୁଲିସ ଉପସ୍ଥିତିରେ ଗୋଳନ୍ଥରା ଥାନାରେ ରଙ୍ଗିପୁର ଗାଁର ଗଣେଶ ଡାକୁଆ ନାମକ ଜଣେ ଯୁବକ ଆତ୍ମହତ୍ୟା କରିଥିଲେ । ଏହି ମାମଲାର ତଦନ୍ତ କରି ବ୍ରହ୍ମପୁର ଏସ ପି ପିନାକ ମିଶ୍ର ଗୋଳନ୍ଥରା ଥାନାର ଜଣେ ଏଏସଆଇ ଓ କନଷ୍ଟେବଳଙ୍କୁ ନିଲମ୍ବନ କରିଥିଲେ । ସୋମବାର ଅପରାହ୍ନରେ ଗୋଳନ୍ଥରା ଥାନା ଅନ୍ତର୍ଗତ ରଙ୍ଗିପୁର ଗାଁର ଗଣେଶ ଗାଁରେ ଗଣ୍ଡଗୋଳ କରୁଥିଲେ । ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଗୋଳନ୍ଥରା ଥାନା ପୁଲିସ ଟିମ୍ ଘଟଣାସ୍ଥଳରୁ ଯାଇ ଗଣେଶଙ୍କୁ ଥାନାକୁ ଆଣିଥିଲା । କୋଭିଡ ନିୟମ ପ୍ରକାରେ ଥାନା ପରସରରେ ଥିବା ରିସେପସନ୍ ସେଂଟରରେ ତାଙ୍କୁ ବସିବା ପାଇଁ କୁହଯାଇଥିଲା । ରାତି ପ୍ରାୟ ୮ଟା ସମୟରେ ଗଣେଶ ପିନ୍ଧିଥିବା ବେଲ୍ଟକୁ ଝରକା ଲୁହାରେ ଲଗାଇ ଆତ୍ମହତ୍ୟା କରିଥିଲେ ।