ଥଟାମଜାରୁ ଦୁଇ ଛାତ୍ରଙ୍କ ମଧ୍ୟରେ ଛୁରାମାଡ : ଛୁରାମାଡରେ ଜଣେ ଛାତ୍ର ଗୁରୁତର, ମେଡିକାଲରେ ଭର୍ତ୍ତି

ଅନ୍ୟ ଜଣେ ଅଟକ, ଘଟଣାସ୍ଥଳରେ ପହଂଚି ପୋଲିସର ଛାନଭିନ

284

କନକ ବ୍ୟୁରୋ : ସ୍କୁଲ ଭିତରେ ଛୁରା ମାଡ । ଗଂଜାମ ଜିଲ୍ଲାରୁ ଆସିଛି ଏକ ଅଭାବନୀୟ ଖବର । ଭଂଜନଗର ବୋରସିଂ ହାଇସ୍କୁଲରେ ଦସ୍ୱବ ଜଣ ଛାତ୍ରଙ୍କ ମଧ୍ୟରେ ଛୁରାମାଡ ହୋଇଛି । ଥଟ୍ଟାମଜାକୁ କେନ୍ଦ୍ର କରି ଦଶମ ଶ୍ରେଣୀର ଉଭୟ ଛାତ୍ରଙ୍କ ମଧ୍ୟରେ ଛୁରାମାଡ ହୋଇଥିବା ଜଣାପଡିଛି । ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଛୁରା ମାଡ କରିଥିବା ଅନ୍ୟ ଜଣେ ଛାତ୍ରଙ୍କୁ ସ୍କୁଲରେ ଅଟକ ରଖାଯାଇଛି । ଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ ଛାନଭିନ ଆରମ୍ଭ କରିଛି ।