କନକ ବ୍ୟୁରୋ: ପଥର କୁଆଁରୀ ଲିଜ ଦେଇ ଅଡୁଆରେ ତହସିଲଦାର । କାହିଁକି ଏନଜିଟି ଗାଇଡ୍ଲାଇନ ଓ ପ୍ରଦୁଷଣ ବୋର୍ଡର ନିୟମ ଉଲ୍ଲଂଘନ କରି ଦେଲେ ଖଣି ଲିଜ୍ । ୨ ମାସ ମଧ୍ୟରେ କାରଣ ଦର୍ଶାଇବା ପାଇଁ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲଦାରଙ୍କୁ ନୋଟିସ କରିଛନ୍ତି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ । ପଟିଗୁଡ଼ା ଠାରେ ଥିବା ପଥର କୁଆଁରୀକୁ ଲିଜ ଦେଇଛନ୍ତି ସ୍ଥାନୀୟ ପ୍ରଶାସନ । ଲିଜ୍ ନେଇଥିବା ବ୍ୟକ୍ତି ନିୟମର ଉଲ୍ଲଂଘନ କରି ପଥର ବ୍ଲାଷ୍ଟିଂ କରୁଛି, ଫଳରେ ସ୍ଥାନୀୟ ଅଞ୍ଚଳରେ ଘର କାନ୍ଥ ଓ ଛାତ ଫାଟି ଯାଉଛି । ଏହାସହ ସେହି ପାହାଡରେ ପୂଜା ପାଉଥିବା ଗ୍ରାମଦେବତୀଙ୍କ ମନ୍ଦିର ମଧ୍ୟ ଭାଙ୍ଗି ଭୁଶୁଡ଼ି ପଡ଼ିଛି ।
ବେଆଇନ୍ ବ୍ଲାଷ୍ଟିଂ ଯୋଗୁଁ ଲୋକ ଅସୁବିଧା ଭୋଗୁଥିବା ନେଇ ଶତ୍ରୁଘ୍ନ ଜେନା ନାମକ ଜଣେ ବ୍ୟକ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେହି ଆବେଦନର ଶୁଣାଣି କରି ୨ ମାସ ଭିତରେ ତହସିଲଦାରଙ୍କୁ ଜବାବ ତଲବ କରିଛନ୍ତି ଏନ୍ଜିଟି । ସେପଟେ ସାନଖେମୁଣ୍ଡି ପୋଦମାରିର ଯୁବରାଜ ବୀରକିଶୋର ଦେଓ ମଧ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି, ଏହି ଅଞ୍ଚଳଟିକୁ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ କରାଯାଇପାରିବ ବୋଲି ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି ।
ପଟିଗୁଦା ଗ୍ରାମଟି ଏକ ପାହାଡ ତଳି ସମତଳ ଅଞ୍ଚଳରେ ଅବସ୍ଥିତ । ଗାଁର ଅତି ନିକଟରେ ବହୁ ଛୋଟ ବଡ଼ ପାହାଡ ରହିଛି । ତେଣୁ ଏହାର ବିକାଶ କରାଗଲେ ଏହା ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇପାରନ୍ତା ବୋଲି ସ୍ଥାନୀୟ ଲୋକେ କୁହନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/Screen-Shot-2021-07-25-at-4.56.15-PM.png)