ଗଞ୍ଜାମରେ ଗଣଦୁଷ୍କର୍ମ । ପୋଲସରାରେ ୮ବର୍ଷର ନାବାଳିକାକୁ ଦୁଷ୍କର୍ମ କଲେ ୩ ଦୁର୍ବୃତ୍ତ

Advertisment
ବଳାତ୍କାରୀକୁ ଧରିବାକୁ ଅସମର୍ଥ କି ଓଡ଼ିଶା ପୋଲିସ ? ଉପକୂଳରୁ ଉପାନ୍ତ ଯାଏଁ ନାରୀ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ !

କନକ ବ୍ୟୁରୋ : ଗଞ୍ଜାମ ପୋଲସରାରେ ଲଜ୍ଜା । ୮ବର୍ଷର ନାବାଳିକାକୁ ଘରୁ ଉଠାଇ ନେଇ ଗଣଦୁଷ୍କର୍ମ କଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତି କରାଯାଇଛି । ପ୍ରଥମେ ପୋଲସରା ମେଡିକାଲକୁ ନିଆଯାଇଥିଲା କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗଞ୍ଜାମ ଜିଲ୍ଳା ପୋଲସରା ଅଂଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଦୁଷ୍କର୍ମର ଶିକାର ହୋଇଥିବା ଝିଅର ବାପାଙ୍କ କହିବା ଅନୁଯାୟୀ ୩ ଜଣ ଦୁବୃର୍ତ ଘରେ ପଶି ପ୍ରଥମେ ଚୋରି କରିବା ପରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଛନ୍ତି ।

publive-imageତେବେ ଏହି ଘଟଣା ଜଣାପଡିବାପରେ ସ୍ଥାନୀୟ ଅଚଂଳରେ ହଇଚଇ ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ କିଛି ଚୋର ଚୋରି କରିବା ଉଦ୍ଦେଶ୍ୟରେ ଘରେ ପସିଥିଲେ । କିନ୍ତୁ ପରେ ନାବାଳିକାଙ୍କୁ ଘର ବାହାରକୁ ନେଇ ଦୁଷ୍କର୍ମ କରିଥିବା ନେଇ ଜଣାପଡିଛି । ଏପରି ଘଟଣାକୁ ସମସ୍ତେ ନିନ୍ଦା କରିଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe