କନକ ବ୍ୟୁରୋ : ଗଂଜାମ ଜିଲ୍ଲାରେ ୨ଟି ସଂସଦୀୟ କ୍ଷେତ୍ର ଓ ୧୩ଟି ନିର୍ବାଚନ ମଣ୍ଡଳି ରହିଛି । ୨୦୧୯ରେ ବିଜେଡି ୨ ସଂସଦୀୟ କ୍ଷେତ୍ର ଏବଂ ୧୨ଟି ବିଧାନସଭା ଆସନ ଦଖଲ କରିଥିଲା । ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳିଟି କଂଗ୍ରେସ ହାତକୁ ଯାଇଥିଲା । ହେଲେ ଏଥର ରାଜନୈତିକ ପାଣିପାଗ ଟିକେ ଅଲଗା ରହିଛି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସମର୍ଥକ ବିଜେପିରେ ମିଶି ପତିଆରା ବୃଦ୍ଧି ପାଇଁ ବ୍ୟବସ୍ଥା କରୁଥିବା ବେଳେ ବିଜେଡିରେ ଏକାଧିକ ଆଶାୟୀ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବା ନେଇ ଚର୍ଚ୍ଚା ହେଉଛି । ସେପଚ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଗଂଜାମ ଜିଲ୍ଲା ବିଜେଡି ସଭାପତି ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ ।

Advertisment

କଂଗ୍ରେସ ବି ବଳ ଗୋଟାଇବାରେ ଲାଗିଛି । ପ୍ରତିଦିନ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଜାରି ରହିଛି । ପୁରୁଣା କଂଗ୍ରେସ ନେତାଙ୍କ ଘରବାହୁଡ଼ା ହେଉଛି । ବଡ଼ଖେମୁଣ୍ଡିର ଯୁବରାଜ ୨୦୦୯ରେ କଂଗ୍ରେସ ଛାଡି ବିଜେପି ଟିକେଟରେ ଦିଗପହଣ୍ଡିରୁ ନିର୍ବାଚନ ଲଢିଥିଲେ । ହେଲେ ଏବେ ବିଜେପି-ବିଜେଡିର ମେଂଟ ଚର୍ଚ୍ଚା ଭିତରେ ସେ ପୁଣି କଂଗ୍ରେସକୁ ଫେରିଛନ୍ତି । ସେପଟେ ବିଜେପିରେ ଗୋପାଳପୁର ବିଧାୟକ, ଛତ୍ରପୁର ଓ ବ୍ରହ୍ମପୁରର ଅନେକ ନେତା ମିଶିବା ପରେ ଏଥର ଜିଲ୍ଲାର ରାଜନୈତିକ ସମୀକରଣ ଏପଟେ ସେପଟେ ହେବାର ଆଶା କରାଯାଉଛି ।

ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳି ହିଂଜିଳି ରହିଥିବା ଗଂଜାମ ଜିଲ୍ଲାରେ ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ଉପରେ ସାରା ରାଜ୍ୟର ନଜର ରହିଛି ।