ନିର୍ବାଚନ ପାଇଁ ପ୍ରସ୍ତୁତ ଗଂଜାମ । ଅପରାଧିକ ଗତିବିଧି ଉପରେ କଡା ନଜର

91

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ବେଳେ ଗଂଜାମ ଭଳି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାରେ ରାଜନୈକିର ଉଷ୍ମତା ବଢିବାରେ ଲାଗିଛି । ଏଥିପାଇଁ ବ୍ରହ୍ମପୁର ପୋଲିସ ଜିଲ୍ଲା ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇସାଇଛିି ।
ବ୍ରହ୍ମପୁର ପୋଲିସ ଜିଲ୍ଲା ଅଧିନରେ ଥିବା ୪ଟି ବିଧାନସଭା ନିର୍ବାଚନମଣ୍ଡଳୀ ଆସୁଛି
ଏଠାରେ ୨୦୦ଟି ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍ ଅଛି

ଏଥିପାଇଁ ଆବଶ୍ୟକ ସୁରକ୍ଷା ବଳ ସମ୍ପର୍କରେ ଉଚ୍ଚକର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି । ଆସନ୍ତା ୧୫ ତାରିଖ ସୁଦ୍ଧା ଆବଶ୍ୟକ ସଂଖ୍ୟକ ସୁରକ୍ଷା ବଳ ପଂହଚିବ । କେନ୍ଦ୍ରୀୟ ସୁରକ୍ଷା ବଳ ବା ସିଆରପିଏଫ ଓ ସିଏପିଏଫଙ୍କ ରହଣି ପାଇଁ ପ୍ରସ୍ତୁତି ସରିଥିବା ବେଳେ ପୋଲିସ କର୍ମୀଙ୍କ ତାଲିମ ମଧ୍ୟ ଆରମ୍ଭ ହୋଇସାରିଛି । ପଡୋଶୀ ରାଜ୍ୟ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ସହ ଗଜପତି, ଗଞ୍ଜାମ ଓ ବ୍ରହ୍ମପୁର ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ସମନ୍ୱୟ ବୈଠକ ସରିଛି । ୬ଟି ଅନ୍ତଃରାଜ୍ୟ ସୀମାରେଖା ରେ ସ୍ଥାପନ ହେବାକୁ ଥିବା ଚେକ୍ ପୋଷ୍ଟ ରେ ସିସିଟିଭି ଲାଗିବା ସହ ଉଭୟ ରାଜ୍ୟର ପୋଲିସ ମୁତୟନ ରହି କଡାକଡି ଭାବେ ଯାଂଚ କରିବେ । ସେହିପରି ସୋସିଆଲ ମିଡିଆରେ ଅପବ୍ୟବହାରକୁ ରୋକିବା ପାଇଁ ସ୍ୱତନ୍ତ୍ର ମନିଟରିଂ ସେଲ ଗଠନ କରାଯାଇଛି ।

ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଅପରାଧିଙ୍କୁ ବ୍ୟବହାର କରିବା ଆଶଙ୍କା କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରିବା ପାଇଁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅପରାଧିଙ୍କ ଗତିବିଧ ଉପରେ ତୀଷ୍ମ ନଜର ରଖିବା ସହ ୨ହଜାରରୁ ଅଧିକ ପେସାଦାର ଓ ଅଭ୍ୟାସଗତ ଅପରାଧିଙ୍କୁ ୧୦୭ସିଆରପିସି ଓ ୧୧୦ସିଆରପିସିରେ ନୋଟିସ ଜାରି ହେବ । ଗତ ଦୁଇମାସରେ ଏନବିଡବ୍ଲୁ ବଳରେ ପ୍ରାୟ ୫ଶହ ଜଣଙ୍କୁ ଗିରଫ କରାଯାଇଛି ।

ଚଳିତ ବର୍ଷ ଶାନ୍ତିଶୃଙ୍ଖଳା ସହ ଅବାଧ ଓ ନିରପେକ୍ଷ ଭାବେ ନିର୍ବାଚନ ସାରିବା ବ୍ରହ୍ମପୁର ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ରହିବ ।