ପାର୍କ ପାଇଁ ପିଟାପିଟି । ନିର୍ମାଣକୁ ବିରୋଧରେ କରି ଦିଗପହଣ୍ଡିର ଭୀଷ୍ମଗିରିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ : କଥା କଟାକଟି ନେଲା ଉଗ୍ରରୂପ : ମାରପିଟରେ ୧୦ ଆହତ

86

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରିରେ ପାର୍କ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଛି । ସରକାରୀ ଅନୁଦାନରେ ପଂଚାୟତ ପକ୍ଷରୁ ଏକ ପାର୍କ କରିବା ପାଇଁ ଅର୍ଥମଞ୍ଜୁର ହୋଇଥିବାବେଳେ ଶିଶୁ ମନ୍ଦିର ନିକଟରେ ଥିବା ଏକ ସ୍ଥାନକୁ ପଂଚାୟତ ନିରୂପଣ କରିଥିଲା ।

ତେବେ ଏହାକୁ ସ୍ଥାନୀୟ ସାହି ଲୋକ ବିରୋଧ କରିଥିଲେ । ଗତକାଲି କିଛି ଲୋକ ପଂହଚି ଆଲୋଚନା କରିବା ସମୟରେ କଥା କଟାକଟି ଉଗ୍ରରୂପ ଧାରଣ କରିଥିଲା ଓ ମାରପିଟ ଆରମ୍ଭ ହୋଇଥିଲା । ଏଥିରେ ଦଶଜଣ ଆହତ ହୋଇଛନ୍ତି । ଦିଗପହଣ୍ଡି ପୁଲିସ ଘଟଣାସ୍ଥଳରେ ପଂହଚି ପରିସ୍ଥିତିକୁ ଆୟତ୍ତକରିଛି ।