ଗଞ୍ଜାମରେ ପୁଣି ବଢିଲା କଟକଣା: ଜୁନ ୩୦ଯାଏଁ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ; ସକାଳ ୭ଟାରୁ ଦିନ ୧୨ଟା ଯାଏଁ ଖୋଲା ରହିବ ଦୋକାନ

ଗଞ୍ଜାମରେ ପୁଣି ବଢିଲା କଟକଣା: ଜୁନ ୩୦ଯାଏଁ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ; ସକାଳ ୭ଟାରୁ ଦିନ ୧୨ଟା ଯାଏଁ ଖୋଲା ରହିବ ଦୋକାନ

କନକ ବ୍ୟୁରୋ: ଗଂଜାମରେ ବଢିଲା କରୋନା କଟକଣା । ବଢୁଥିବା କରୋନାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ଜିଲ୍ଲା ପ୍ରସାଶନ । ସକାଳ ୭ଟାରୁ ଦିନ ୧୨ଟା ଯାଏଁ ଜିଲ୍ଲାରେ ଦୋକାନ ବଜାର ଖୋଲା ରହୁଥିବା ବେଳେ ଦିନ ୧୨ଟା ପରେ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଜୁନ ୩୦ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି । ସେହିଭଳି ପରିବହନ ଚଳାଚଳ ଉପରେ କଟକଣା ନାହିଁ । ଯାତ୍ରୀବାହୀ ଗାଡି ଉପରେ କଟକଣା ଲାଗୁ । ଚାଷ କାମ ସହ ମନରେଗା କାମ ଚାଲିବ । ଗଞ୍ଜାମରେ ଗୋଷ୍ଠୀ ସଂକ୍ରମଣ ହୋଇ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଗଂଜାମ ଜିଲ୍ଲାପାଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe