ଗଞ୍ଜାମରେ ଅପରେସନ ଭୋଜି : ଗୋଟିଏ ଦିନରେ ୨୧ଟି ଭୋଜି ବନ୍ଦ କଲା ପ୍ରାଶସନ; ଅମାନିଆଙ୍କଠାରୁ ଆଦାୟ କଲେ ଜରିମାନା

373

କନକ ବ୍ୟୁରୋ : ଅପରେସନ ଭୋଜି । ଗଞ୍ଜାମ ଜିଲ୍ଲାରେ ଅମାନିଆ ମାନୁନାହାଁନ୍ତି କଟକଣା । ବାରମ୍ବାର ଚଢ଼ାଉ ସତ୍ୱେ ବି ଜିଲ୍ଲାର ୭ ଥାନା ଅଂଚଳରେ ୨୧ ଭୋଜିକୁ ବନ୍ଦ କରିଛି ପ୍ରଶାସନ । ଗଞ୍ଜାମ ଜିଲ୍ଳାରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଛି । ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି । ଏଭଳି ସମୟରେ ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ଲକଡାଉନ ଓ ସପ୍ତାହନ୍ତ ସଟଡାଉନ ବି ଜାରି ରହିଛି । କିନ୍ତୁ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଗ୍ରାମାଂଚଳରେ ଲୋକେ କୋଭିଡ୍ କଟକଣାକୁ ନମାନି ଭୋଜିଭାତ ଆୟୋଜନ କରୁଛନ୍ତି ।

ପ୍ରଶାସନ ଖବର ପାଇ କିଛି ସ୍ଥାନରେ ଭୋଜି ବନ୍ଦ କରୁଥିବାବେଳେ ଆଉ କିଛି ସ୍ଥାନରେ ଭୋଟ ଶେଷ ମଧ୍ୟ ହୋଇଯାଉଛି । ସୂଚନା ଅନୁସାରେ ଗୋଟିଏ ଦିନରେ ଜିଲ୍ଲାର ୭ଥାନା ଅଂଚଳରେ ପ୍ରାୟ ୨୧ଟି ସ୍ଥାନରେ ଭୋଜି ଚାଲିଥିଲା । ସୋରଡାରେ ୭ଟି ବଡ ଧରଣର ଭୋଜି ଆୟୋଜନ ହୋଇଥିଲା । ଖବର ପାଇ ତହସିଲଦାର ରବୀନ୍ଦ୍ର କୁମାର ମିଶ୍ର ଓ ଥାନାଅଧିକାରୀ ଶ୍ରୀ ରମେଶ କୁମାର ପ୍ରଧାନ ପ୍ରମୁଖ ମିଳିତ ଭାବେ ଚଢ଼ଉ କରି ସମସ୍ତ ଭୋଜି ବନ୍ଦ କରିବା ସହ ୫୧ ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରିଛନ୍ତି । ସେହିପରି ପାତ୍ରପୁର ତହସିଲ ଓ ଜରଡା ଥାନା ପକ୍ଷରୁ ଜୟନ୍ତିପୁର ଗାଁରେ ଚାଲିଥିବା ଦୁଇଟି ବିଭାହ ଭୋଜିକୁ ବନ୍ଦ କରି ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଛି । ଏବଂ ରନ୍ଧାଖାଦ୍ୟକୁ ଲୋକମାନଙ୍କ ମଧ୍ୟ ବାଣ୍ଟି ଦିଆଯାଇଛି । ତହସିଲଦାର ଅମିତ କୁମାର ନାୟକ ଓ କର୍ମଚାରୀ ଚଢ଼ାଉରେ ସାମିଲ ହୋଇଥିଲେ ।

ସେହିପରି ଚିକିଟି ତହସିଲଦାର ବିଶ୍ୱରଞ୍ଜନ କହଁରଙ୍କ ନେତୃତ୍ୱରେ ଏକ ଟିମ୍ ସୁନାପୁର ,ଚାନ୍ଦପୁର ଓ ପାର୍ଶମାରେ ଆୟୋଜନ ହେବାକୁ ଥିବା ବିବାହ ଭୋଜିରେ ଚଢ଼ାଉ କରି ଏହାକୁ ବନ୍ଦ କରିଛନ୍ତି ଓ ଜରିମାନା ଆଦାୟ କରିଛନ୍ତି । ଦିଗପହଣ୍ଡି ତହସିଲ ଅଚଂଳରେ ୨ଟି , ବିବାହ ଭୋଜିକୁ ବନ୍ଦ କରିଛନ୍ତି । ଭଞ୍ଜନଗର ତହସିଲ ଓ ପୋଲିସ ପକ୍ଷରୁ ଏକ ବାହା ଭୋଜି ଓ ନିର୍ବନ୍ଧ ଭୋଜି ବନ୍ଦ କରାଯିବା ସହ ଜରିମାନା ଆଦାୟ କରାଯାଇଛି । ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଳିକ ଓ ତହସିଲଦାର ଦିଲ୍ଲୀପ କୁମାର ନାୟକ ଚଢ଼ାଉ କରି ବିଭିନ୍ନ ସ୍ଥାନରେ ଭୋଜି ବନ୍ଦ କରିଛନ୍ତି । ରଙ୍ଗେଇଲୁଣ୍ଡା ବ୍ଲକ ବାହାଦୂରପେଟା ଗାଁରେ ଦୁଇଟି ବିବାହ ଭୋଜି ଚାଲିଥିବା ଖବର ପାଇ କନିଷ ତହସିଲଦାର ତାପସ କୁମାର ରାଉତ ଓ ଗୋଳନ୍ଥରା ପୁଲିସ ଚଢ଼ାଉ କରିବା ସହ ୧୦ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି ।