ଗଞ୍ଜାମ ଚିକିଟି ବାହୁଦା ହ୍ରଦ ଭିତରେ ଫସିଲେ ହାତୀପଲ : ଉଦ୍ଧାର ପରେ ଛଡାଗଲା ନିକଟସ୍ଥ ଜଙ୍ଗଲ

କିଛିଦିନ ହେଲା ଚିକିଟ  ଅଚଂଳରେ କରୁଛନ୍ତି ଉପଦ୍ରବ; ବ୍ୟାପକ ଫସଲ ହାନି

73

କନକ ବ୍ୟୁରୋ : ହ୍ରଦରୁ ହାତୀପଲ ଉଦ୍ଧାର । ଗଞ୍ଜାମ ଜିଲ୍ଲା ଚିକିଟ ନିକଟ ବାହୁଦା ହ୍ରଦରେ ଫସିଥିବା ୧୪ ହାତୀକୁ ଉଦ୍ଧାର କରାଯାଇଛି । ବନବିଭାଗ ସହାୟତାରେ ଏମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ କିଆବୁଦାରେ ଛଡାଯାଇଛି । ଉଦ୍ଧାର ହୋଇଥିବା ହାତୀପଲ ମଧ୍ୟରୁ ଏକ ଛୁଆ ହାତୀ ଜନଗହଳି ମଧ୍ୟକୁ ଚାଲିଆସିଥିଲା । ଏହାପରେ ଛୁଆହାତୀକୁ ନେବା ପାଇଁ ମା ହାତୀ ଆସୁନଥିବା ଜଣାପଡିଛି । ବର୍ତମାନ ହାତୀଙ୍କ ଉପରେ ବନବିଭାଗ ଓ ପୁଲିସ ନଜର ରଖିଛି ।

ରାତିରେ ଏମାନଙ୍କୁ ଜଙ୍ଗଲରେ ଛଡାଯିବ କି ନାହିଁ ସେ ନେଇ ନିଷ୍ପତି ନିଆଯିବ । କିଛିଦିନ ହେଲା ଏହି ହାତୀପଲ ଚିକିଟ ସୋରଳ ଗାଁରେ ଉପଦ୍ରବ କରୁଥିଲେ । ସ୍ଥାନୀୟ ଅଂଚଳରେ ମତ୍ସ୍ୟଜୀବୀଙ୍କ ଡଙ୍ଗା ଓ ଜାଲ ଭାଙ୍ଗିଦେଇଥିଲେ । ଲକ୍ଷାଧିକ ଟଙ୍କାର ଧାନ ଓ ପନିପରିବା ନଷ୍ଟ କରିଥିଲେ । ଏବେ ସେଠାରୁ ଅନ୍ୟ ଗାଁ ମୁହାଁ ହେଉଥିବାବେଳ ହ୍ରଦ ଭିତରେ ଫସିଯାଇଥିଲେ ହାତୀ ପଲ ।