ଗଞ୍ଜାମରେ ଏଣିକି ବ୍ୟାଟେରି ଚାଳିତ ଗାଡିରେ ଉଠିବ ଆବର୍ଜନା । ପୁରୁଷୋତ୍ତମପୁର, ପୋଲସରା ବିଜ୍ଞାପିତ ଅଞ୍ଚଳରେ ଅଭିଯାନ ଆରମ୍ଭ 

ଗଞ୍ଜାମରେ ଏଣିକି ବ୍ୟାଟେରି ଚାଳିତ ଗାଡିରେ ଉଠିବ ଆବର୍ଜନା । ପୁରୁଷୋତ୍ତମପୁର, ପୋଲସରା ବିଜ୍ଞାପିତ ଅଞ୍ଚଳରେ ଅଭିଯାନ ଆରମ୍ଭ 

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାର ପୁରୁଷୋତମପୁର, ପୋଲସରା ବିଜ୍ଞାପିତ ଅଂଚଳରେ ଆରମ୍ଭ ହୋଇଛି ଲୋକଙ୍କ ପାଇଁ ବ୍ୟାଟେରି ଚାଳିତ ଗାଡିରେ ଆବର୍ଜନା ଉଠାଇବା ଅଭିଯାନ । ମହିଳାମାନେ ନିଜର ଜୀବନଜୀବିକା ପାଇଁ ସରକାରଙ୍କ ନିର୍ଦ୍ଦେଶରେ ଏହି ଗାଡିଗୁଡିକୁ ଧରି ସାହି ସାହି ବୁଲୁଛନ୍ତି । ଅଳିଆ, ଆବର୍ଜନା ସଂଗ୍ରହ କରୁଛନ୍ତି । ଟିମରେ ଥିବା ସମସ୍ତ ସଦସ୍ୟ ମହିଳା । ଗାଡି ଡ୍ରାଇଭରଠାରୁ ଆରମ୍ଭ କରି ସୁପରଭାଇଜର, ସ୍ୱଛ ସାଥୀ ବି ମହିଳା ।

publive-image

ସକାଳୁ ସକାଳୁ ନିଜ ଘର କାମ ସାରି ଏହି ସଫେଇ କାମରେ ଯୋଗ ଦେଇ ବେଶ ଲୋକପ୍ରିୟତା ହାସଲ କରିପାରିଛନ୍ତି ମହିଳାମାନେ । ଏନଏସି ତରଫରୁ ଡ୍ରାଇଭିଙ୍ଗ ଶିକ୍ଷା ସାରିବା ପରେ ସହରର ଗଳି କନ୍ଦି ବୁଲି ବୁଲି ଲୋକଙ୍କଠାରୁ ଅଳିଆ ଆବର୍ଜନା ସଂଗ୍ରହ କରିବା ପରେ ଏହି ଗାଡିରେ ନେଇଯାଆନ୍ତି । ମହଳାମାନେ ନିଜର ଘର ସଫା, ସୁତରା ରଖିଥାନ୍ତି ତେଣୁ ମହିଳାମାନେ ଏହି ଦାଇତ୍ୱ ନେଲେ ପରିମଳ ଅବସ୍ଥା ସୁଧୁରିବ ବୋଲି ପ୍ରଶାସନ ଆଶା ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe