କନକ ବ୍ୟୁରୋ : ପାଲିସ ମାଡରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ । ମୃତକ ଜଣଙ୍କ ହେଉଛନ୍ତି ଗଂଜାମ ପାତ୍ରପୁର ଧାଡିଆମ୍ବ ଗାଁର ରାହାସ ଶବର । ନିକଟରେ ତାଙ୍କ ସ୍ୱାମୀ ଚକରା ଶବରଙ୍କୁ ପୁଲିସ ଗିରଫ କରିଥିଲା । ଗତ ୨୦ରେ ପାତ୍ରପୁର ବ୍ଲକରେ ପଂଚାୟତ ନିର୍ବାଚନ ପାଇଁ ମତଦାନ ହୋଇଥିଲା । ହେଲେ ୮୦ ଜଣଙ୍କର ଭୋଟର ତାଲିକାରେ ନାଁ ନଥିବାରୁ ଅସନ୍ତୋଷ ପ୍ରକାଶ କରି ସ୍ଥାନୀୟ ଲୋକେ ପୁନର୍ବାର ଭୋଟ୍ କରିବାକୁ ଦାବି କରିଥିଲେ । ଏହାପରେ ୨୩ ତାରିଖରେ ବିଡିଓ ପ୍ରକାଶ ଚନ୍ଦ୍ର ଦାସଙ୍କୁ ଗାଁ ଲୋକେ ଭେଟିଥିଲେ ।

Advertisment

ସନ୍ତୋଷଜନକ ଉତର ନମିଳିବା ପରେ ଗାଁ ଲୋକେ ବିଡିଓଙ୍କୁ ରାସ୍ତାରୁ ଅପହରଣ କରିନେଇଥିବା ଜଣାପଡିଥିଲା । ବୁଝାସୁଝା ପରେ ଲୋକେ ବିଡିଓଙ୍କୁ ଛାଡିଥିଲେ । ପରେ ବିଡିଓ ଥାନାରେ ଏତଲା ଦେବା ପରେ ପୁୁଲିସ ଆସି ଗାଁରୁ ଦୁଇ ଜଣଙ୍କୁ ଗିରଫ କରିଥିଲା । ଚକରା ଶବରକୁ ଗିରଫ କରିବା ବେଳେ ସ୍ତ୍ରୀ ରାହାସ ଶବର ବିରୋଧ କରିଥିଲେ । ପରେ ପୁଲିସ ତାଙ୍କୁ ମାଡ ମାରିଥିଲା ବୋଲି ଅଭିଯୋଗ ହୋଇଛି । ମହିଳାଙ୍କ ମୃତ୍ୟୁ ପରେ ପୁଲିସ ଏତଲା ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି ।