ଭସାଣୀ ଯାତ୍ରାରେ ମାନିଲେନି କରୋନା କଟକଣା : ଡିଜେର ତାଳେ ତାଳେ ଝୁମିଲେ ଲୋକ

ଗଂଜାମ ହିଞ୍ଜିଳିକାଟୁରୁ ଆସିଲା ଚିତ୍ର; ପୁଲିସର ବିରୋଧ ବେଳେ ଧସ୍ତାଧସ୍ତି

89

କନକ ବ୍ୟୁରୋ : କରୋନା କଟକଣାକୁ ଜଳାଞ୍ଜଳୀ ଦେଇ ଝୁମିଲେ ଶତାଧିକ ଲୋକ । ପୂଜାରେ ବିନା ଶୋଭାଯାତ୍ରାରେ ବିସର୍ଜନ ପାଇଁ ଅନୁମତି ରହିଥିବା ବେଳେ ଡିଜେ ବଜାଇ ମେଲୋଡି ଟିମ୍ ସହ ନାଚିଲେ ଶହ ଶହ ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ । ହିଞ୍ଜିଳିକାଟୁ ରାଧାକୃଷ୍ଣ ବ୍ୟବସାୟୀ ସଂଘର ଳକ୍ଷ୍ମୀ ପୂଜା ଭଷାଣୀରେ ଲୋକ ଏଭଳି ଏକାଠୀ ନାଚୁଥିବା ଦେଖିବାକୁ ମିଳିଛି । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଂଚିବା ପରେ ପୋଲିସ ସହ ଲୋକଙ୍କ ଧସ୍ତାଧସ୍ତି ହୋଇଥିଲା ।

ହିଞ୍ଜିଳିକାଟରୁ ଘୋଡାହାଟରୁ ବାହାରିଥିବା ଏହି ଶୋଭାଯାତ୍ରା ପରିବା ବଜାର ନିଟକରେ ପହଂଚିବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚିଥିଲା । ଶେଷରେ ପୋଲିସ ଡିଜେ ଗାଡି ସହ ନାଚୁଥିବା ଡ୍ୟାନ୍ସର ଅଟକ ରଖିଛି । ପରେ ପୂଜା କମିଟି ସହ ଆଲୋଚନା ପରେ ଅଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ମୂର୍ତି ବିସର୍ଜନ କରାଯାଇଛି । ଶୋଭାଯାତ୍ରାକୁ ବାରଣ କରାଯାଇଥିବା ବେଳେ ଏଥିପାଇଁ ଅନୁମତି କିଏ ଦେଲା ତାକୁ ନେଇ ପ୍ରଶ୍ନ ଉଠିଛି । ଯଦି ପୋଲିସ ଅନୁମତି ବିନା ସେମାନେ ଭସାଣୀ କରୁଥିଲେ ପୋଲିସ କିପରି ସୂଚନା ପାଇଲା ନାହିଁ ତାଙ୍କୁ ନେଇ ଏବେ ପ୍ରଶ୍ନ ଉଠିଛି ।