ଗଂଜାମ ଧରାକୋଟ ଜାହାଡା ଗାଁରେ ଗଡିଲା ମୁଣ୍ଡ : ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡାଇ ଗୋଡାଇ ହତ୍ୟାକଲେ ଦୁର୍ବୃତ୍ତ

150

କନକ ବ୍ୟୁରୋ : ଗଂଜାମ ଧରାକୋଟ ଜାହାଡା ଗାଁରେ ଗଡିଲା ମୁଣ୍ଡ । ଧରାକୋଟ ଥାନା ଅନ୍ତର୍ଗତ ଜାହାଡା ଗାଁରେ ପୂର୍ବ ଶତ୍ରୁତାକୁ ନେଇ କାତିରେ ହାଣି ଯୁବକକୁ ହତ୍ୟା । ମୃତ ଯୁବକ ଜଣକ ଜାହାଡା ଗାଁର ପ୍ରତାପ ଖଟେଇ , ବୟସ ପ୍ରାୟ ୨୮ ବର୍ଷ । ଗାଁରେ ଦୋକାନକୁ ଆସିଥିବା ସମୟରେ ଯୋଜନାବଦ୍ଧ ଭାବରେ ତାଙ୍କ ଉପରେ ଆକ୍ରମଣ କରିଥିଲେ ଦୁଇ ଜଣ । ମରଣାନ୍ତକ ଆକ୍ରମଣ ପରେ ବୀଭତ୍ସ ଭାବରେ ତାଙ୍କୁ ହତ୍ୟା କରିଥିଲେ । ଘଟଣାସ୍ଥଳରେ ଆସିକା ଏସଡିପିଓ ଏବଂ ଧରାକୋଟ ଆଇଆଇସି ପହଁଚି ଦୁଇ ଜଣଙ୍କୁ ଅଟକ ରଖି ଶବ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣା ପଛରେ ପୂର୍ବ ଶତ୍ରୁତା ଥିବା ସନ୍ଦେହ କରୁଛି ପୋଲିସ ।