ଭଂଜନଗରରୁ ଆସିଲା ଲୋମଟାଙ୍କୁରା ଚିତ୍ର : ରାସ୍ତା ଉପରେ ଜଣଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କଲା ଜଙ୍ଗଲୀ ବାରହା; ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

573

କନକ ବ୍ୟୁରୋ : ଗଞ୍ଜାମରେ ଜଙ୍ଗଲୀ ବାରହାର ଆତଙ୍କରାଜ । କାଳିଆମ୍ବା ଜଙ୍ଗଲରୁ କିଛି ବାରାହା ଆସି ଭଂଜନଗର ବ୍ରହ୍ମପୁର ମୁଖ୍ୟ ରାସ୍ତାର କଟେଂଇପଲ୍ଲୀ ଓ ମୁଦୁଲି ପଳ୍ଲୀ ଗାଁ ନିକଟରେ ଆତଙ୍କ ରଚିଛନ୍ତ । ଗତକାଲି ପଂସଲରେ ପାଣି ଦେବାକୁ ଯାଇଥିବା ମୁଦୁଲିପ୍ଳଲୀ ଗାଁର ସୁବାସ ବିଶୋୟୀ ବାରାହା ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ । ସୁବାସକୁ ପ୍ରଥମେ ଭଂଜନଗର ମେଡ଼ିକାଲରେ ଚିକିତ୍ସା କରାଯାଇଥିଲା ଅବସ୍ଥା ସଂକଟପନ୍ନ ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବନବିଭାଗର ପ୍ରେଟ୍ରୋଲିଂ ଅଭାବରୁ ବାରାହା ଏହି ଅଚଂଳରେ ବ୍ୟାପକ କ୍ଷତି କରିଥିବା ଗାଁଲୋକେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ୩ଟା ସମୟରେ ଏକ ଦନ୍ତା ବାରହା ନିକଟସ୍ଥ କାଳିଆମ୍ବା ଜଙ୍ଗଲରୁ ବ୍ରହ୍ମପୁର-ଭଞ୍ଜନଗର ରାସ୍ତା ରାଜପଥ ଉପରକୁ ଚାଲି ଆସିଥିଲା। ଜଙ୍ଗଲୀ ବାର୍ହା‌କୁ ଦେଖିବା ପାଇଁ ସେଠାରେ ଭିଡ଼ ଜମିଥିଲା । ପ୍ରାୟ ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ବାରହାଟି ସେଠାରେ ରହିଥିବା ବେଳେ ଲୋକ ମାନେ ଉପରୁ ଟେକା ପଥର ଫୋପାଡି ଥିଲେ । ଅନେକ ଲୋକ ନିଜ ମୋବାଇଲରେ ଫଟୋ ଭିଡ଼ିଓ ମଧ୍ୟ ଉତ୍ତୋଳନ କରିଥିଲେ।

ଏହି ସମୟରେ ରାସ୍ତା ଉପରେ ଛିଡ଼ା ହୋଇ ଦେଖୁଥିବା ସୁବାଷଙ୍କୁ ହଠାତ୍ ବାରହାଟି ଆସି ଆକ୍ରମଣ କରିପକାଇଥିଲା । ସମସ୍ତେ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ହିଂସ୍ର ମୁଖା ବାରହା କବଳରୁ ତାକୁ ଉଦ୍ଧାର କରିବା ପାଇଁ କେହି ସାହାସ କରିପାରିନଥିଲେ । ଉପସ୍ଥିତ କୁକୁରଟିଏ ମଧ୍ୟ ସୁବାଷଙ୍କୁ ସୁରକ୍ଷା ଦେଇପାରି ନଥିଲା । ସୁବାଷ ଚେତାଶୂନ୍ୟ ହୋଇ ପଡ଼ିଯିବାରୁ ବାରହାଟି ତାଙ୍କୁ ଛାଡି ଜଙ୍ଗଲ ଆଡ଼କୁ ଦୌଡି ପଳାଇଥିଲା । ଏହାପରେ କାଳିଆମ୍ବା ବନପାଳ ଶରତ କୁମାର ମହାନ୍ତି, ବନରଖୀ ଓ ଗ୍ରାମବାସୀଙ୍କ ସହାୟତାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।