କନକ ବ୍ୟୁରୋ: କରୋନା କମିଲା, ସୁରଟ ଫେରୁଛି ଓଡିଆ ଶ୍ରମିକ । କରୋନାର ଭୟାବହତା ଯୋଗୁଁ  ସୁରତରୁ ଗାଁକୁ ଚାଲିଆସିଥିଲେ  ଲୋକେ । କାମଧନ୍ଦା ନଥିବାକୁ  ଘରେ ବସିରହିଥିଲେ । ଏବେ କରୋନା କମିବା ପରେ ଗଞ୍ଜାମ ଜିଲ୍ଲାର ଶ୍ରମିକ ପୁଣି ସୁରଟ ଫେରିବା ଆରମ୍ଭ କରିଛନ୍ତି । ପେଟପାଟଣା ପାଇଁ ନିଜ ପରିବାରକୁ ଧରି ସୁରଟ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ଗଞ୍ଜାମ ଜିଲ୍ଲାର ହଜାର ହଜାର ଶ୍ରମିକ ।

Advertisment

ଏଥିପାଇଁ ବ୍ରହ୍ମପୁର ଓ ଖଲ୍ଲିକୋଟ ରେଳ ଷ୍ଟେସନରେ ଭିଡ ଦେଖିବାକୁ ମିଳିଛି ।  ସୁରତରେ କରୋନା କଟକଣା କୋହଳ ହେବା ପରେ ସୂତାକଳ ଆରମ୍ଭ ହୋଇଛି । ତେଣୁ ପେଟପାଟଣା ପାଇଁ ସୁରଟ ଯିବା ଆରମ୍ଭ କରିଛି ।  ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଂଚଳରୁ ଲୋକେ ସୁରଟ ଯାଉଛନ୍ତି । କରୋନାର ଦ୍ୱିତୀୟ ଲହର ଯୋଗୁଁ ଅନେକ ସ୍ଥାନରେ କଟକଣା ଜାରି କରାଯାଇଥିଲା । ଏହାପରେ ଘରମୁହାଁ ହୋଇଥିଲେ  ଓଡିଆ ଶ୍ରମିକ । ଏବେ ଦ୍ୱିତୀୟ ଲହର କମିବା ପରେ  ସୁରଟ ମୁହାଁ ହୋଇଛନ୍ତି ଲୋକେ ।