ଖରା ଆରମ୍ଭରୁ ଜଳ କଷ୍ଟର ଅଭାବନୀୟ ଚିତ୍ର : ଗଂଜାମ ଛତ୍ରପୁରରେ ପାଣି ପାଇଁ ଲାଗୁଛି ମହିଳାଙ୍କ ଲମ୍ବା ଧାଡ଼ି; ଲଟେରି ଉଠିଲେ ମିଳୁଛି ପାଣି

Advertisment
ଖରା ଆରମ୍ଭରୁ ଜଳ କଷ୍ଟର ଅଭାବନୀୟ ଚିତ୍ର : ଗଂଜାମ ଛତ୍ରପୁରରେ ପାଣି ପାଇଁ ଲାଗୁଛି ମହିଳାଙ୍କ ଲମ୍ବା ଧାଡ଼ି; ଲଟେରି ଉଠିଲେ ମିଳୁଛି ପାଣି

କନକ ବ୍ୟୁରୋ : ଖରା ଆରମ୍ଭରୁ ଜଳକଷ୍ଟର ସାଙ୍ଗାତିକ ଚିତ୍ର ସାମ୍ନାକୁ ଆସିଛି । ପାଣି ପାଇଁ ଲୋକେ କିଭଳି ଡହଳ ବିକଳ ହେଉଛନ୍ତି, ନଦେଖିଲେ ବିଶ୍ୱାସ କରିପାରିବେନି । ଗଞ୍ଜାମ ଛତ୍ରପୁରରେ ଘରର ମହିଳାମାନେ ପାଣି ପାଇଁ ଧାଡି ଲଗାଉଛନ୍ତି । ପାଣି ଷ୍ଟାଣ୍ଡପୋଷ୍ଟ ନିକଟରେ ସକାଳୁ ସକାଳୁ ମହିଳାମାନଙ୍କ ଧାଡି ଲାଗି ଯାଉଛି ।

ହେଲେ ବିଡମ୍ବନାର କଥାହେଲା, ଦିନକୁ ମାତ୍ର ଥରୁଟିଏ ଷ୍ଟାଣ୍ଡପୋଷ୍ଟରେ ପାଣି ଆସୁଥିବାରୁ ଏଠାରେ ମହିଳାଙ୍କ ଭିତରେ ପାଣିପାଇଁ ଗଣ୍ଡଗୋଳ ଲାଗୁଥିଲା । ଏହାକୁ ଦେଖି ଲଟେରି କରି ସିରିଏଲ ନମ୍ବର ଅନୁସାରେ ପାଣି ଦିଆଯାଉଛି । ଅର୍ଥାତ ଯାହାର ପାଳି ପ୍ରଥମେ ପଡିଲା ସେ ପ୍ରଥମେ ପାଣିନେବ । ଆଉ ଧାଡିରେ ଛିଡା ହୋଇ ପାଳି ପଡିନଥିଲେ ଏବଂ ପାଣି ସରିଗଲେ ନିରାଶ ହୋଇ ଫେରିବାକୁ ପଡୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe