କନକ ବ୍ୟୁରୋ : ଖରା ଆରମ୍ଭରୁ ଜଳକଷ୍ଟର ସାଙ୍ଗାତିକ ଚିତ୍ର ସାମ୍ନାକୁ ଆସିଛି । ପାଣି ପାଇଁ ଲୋକେ କିଭଳି ଡହଳ ବିକଳ ହେଉଛନ୍ତି, ନଦେଖିଲେ ବିଶ୍ୱାସ କରିପାରିବେନି । ଗଞ୍ଜାମ ଛତ୍ରପୁରରେ ଘରର ମହିଳାମାନେ ପାଣି ପାଇଁ ଧାଡି ଲଗାଉଛନ୍ତି । ପାଣି ଷ୍ଟାଣ୍ଡପୋଷ୍ଟ ନିକଟରେ ସକାଳୁ ସକାଳୁ ମହିଳାମାନଙ୍କ ଧାଡି ଲାଗି ଯାଉଛି ।
ହେଲେ ବିଡମ୍ବନାର କଥାହେଲା, ଦିନକୁ ମାତ୍ର ଥରୁଟିଏ ଷ୍ଟାଣ୍ଡପୋଷ୍ଟରେ ପାଣି ଆସୁଥିବାରୁ ଏଠାରେ ମହିଳାଙ୍କ ଭିତରେ ପାଣିପାଇଁ ଗଣ୍ଡଗୋଳ ଲାଗୁଥିଲା । ଏହାକୁ ଦେଖି ଲଟେରି କରି ସିରିଏଲ ନମ୍ବର ଅନୁସାରେ ପାଣି ଦିଆଯାଉଛି । ଅର୍ଥାତ ଯାହାର ପାଳି ପ୍ରଥମେ ପଡିଲା ସେ ପ୍ରଥମେ ପାଣିନେବ । ଆଉ ଧାଡିରେ ଛିଡା ହୋଇ ପାଳି ପଡିନଥିଲେ ଏବଂ ପାଣି ସରିଗଲେ ନିରାଶ ହୋଇ ଫେରିବାକୁ ପଡୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/9-18.jpg)