ଖଲ୍ଲିକୋଟରୁ ଆସିଲା ଅଭାବନୀୟ ଦୃଶ୍ୟ : ବାପାଙ୍କ ମୃତ୍ୟୁ ପରେ ଶବ ଉଠାଇବାକୁ ଆସିଲେନି କେହି; ପ୍ରଶାସନ ସହାୟତାରେ ରାତି ଅଧରେ ଶବ ଉଠାଇ ସତ୍କାର କଲେ ୩ ଝିଅ

251

କନକ ବ୍ୟୁରୋ : ଖଲ୍ଲିକୋଟ ଲଙ୍ଗଳେଶ୍ୱରରୁ ଆସିଲା ଅଭାବନୀୟ ଦୃଶ୍ୟ । ବାପାଙ୍କ ମୃତ୍ୟ ପରେ ଛୁଇଁଲେନି ସମ୍ପର୍କୀୟ କିମ୍ବା ଗ୍ରାମବାସୀ । ଦୀର୍ଘ ଦଶ ଘଣ୍ଟା ଧରି ପଡି ରହିଲା ଶବ । ୩ ଝିଅ ଘରୁ ବାପାଙ୍କ ଶବ ବୋହିଆଣି ପ୍ରସାଶନକୁ କଲେ ହସ୍ତାନ୍ତର । ଜିଲ୍ଲା ପ୍ରସାଶନ ସହାୟତରେ ମଧ୍ୟ ରାତିରେ ହେଲା ଶବ ସତ୍କାର ।

ଗତକାଲି ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକର ଲଙ୍ଗଳେଶ୍ୱର ଗ୍ରାମର ଟୁକୁନା ସୁରଙ୍କର ଦିନରେ ମୃତ୍ୟ ହୋଇଥିଲା । ଟୁକୁନା ଆଗରୁ କୋଭିଡ ରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରରେ ଚିକତ୍ସିତ ହେଉଥିଲେ । ତେବେ ଗତ କିଛି ଦିନ ହେଲା ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ ଗତକାଲି ତାଙ୍କର ମୃତ୍ୟୁ ପରେ ତାଙ୍କ ଶବ ସତ୍କାର କରିବାକୁ କୋଭିଡ ଭୟରେ କେହି ଗ୍ରାମବାସୀ ଓ ସମ୍ପର୍କୀୟ ଆସିନଥିଲେ । ଶେଷରେ ଗଞ୍ଜାମ ଜିଲ୍ଲାପାଳଙ୍କ ହସ୍ତେକ୍ଷପ ପରେ ସ୍ଥାନୀୟ ତହସିଲଦାର ରାଜକିଶୋର ପଟ୍ଟନାୟକ, ଭେଜିପୁଟ ଫାଣ୍ଡି ପୋଲିସ ପହଞ୍ଚି ଶବ ସତ୍କାର ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ ।