କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ମଧ୍ୟ ଜିଦରେ ଅଟଳ ଅଛନ୍ତି ଗଂଜାମ ଓକିଲ ସଂଘ । ପୂର୍ବପରି ସତ୍ୟାଗ୍ରହ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ପରାମର୍ଶଦାତା କମିଟି । ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲେ ୧୪୫୦ଜଣ ସଦସ୍ୟ ସାମୂହିକ ଭାବେ ଇସ୍ତଫା ଦେବାକୁ ଚେତାବନୀ ଦେବାକୁ ଚେତାବନୀ ଦେଇଛି ଓକିଲ ସଂଘ ।

Advertisment

ବ୍ରହ୍ମପୁରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପ୍ରତିମାସର ଶେଷ ୪ ଦିନ ଗଞ୍ଜାମ ବାର ଆସୋସିଏସନ୍ ପକ୍ଷରୁ ସତ୍ୟାଗ୍ରହ ପାଳନ କରାଯାଉଛି । ହେଲେ ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଆନ୍ଦୋଳନ ପ୍ରତ୍ୟାହାର ନକଲେ ଲାଇସେନ୍ସ ବାତିଲ କରିବାକୁ ଚେତାବନୀ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ସୁପ୍ରିମକୋର୍ଟଙ୍କ ଏଭଳି ଚେତାବନୀକୁ ବିଚାର କରି ସତ୍ୟାଗ୍ରହ ସମୟରେ ଆନ୍ଦୋଳନ, କାର୍ଯ୍ୟବନ୍ଦ କିମ୍ବା କୋର୍ଟ କାମରେ ପ୍ରତିବନ୍ଧକ କରାନଯିବା ନେଇ ନିଷ୍ପତ୍ତି ନିଆଯାଇଛି ।