ପଞ୍ଚାୟତ ଫଇସଲା : ଗଞ୍ଜାମ, ଗଜପତି, କନ୍ଧମାଳରେ ଜିଲ୍ଲା ପରିଷଦ ଗଢିବ ବିଜେଡି

117

କନକ ବ୍ୟୁରୋ : ଗଞ୍ଜାମ, ଗଜପତି, କନ୍ଧମାଳରେ ଜିଲ୍ଲା ପରିଷଦ ଗଢିବ ବିଜେଡି । ଦ୍ୱିତୀୟ ଦିନ ଗଣତି ସୁଦ୍ଧା ଶାସକ ଦଳ ସହଜ ସ୍ଥିତିରେ ଅଛି । ଷଷ୍ଠଥର ପାଇଁ ଗଞ୍ଜାମ ଜିଲ୍ଲା ବିଜେଡି ଦଖଲ କରିବ । ଗଞ୍ଜାମରେ ମୋଟ୍ ୬୯ଟି ଜିଲ୍ଲା ପରିଷଦ ଜୋନ୍ ଅଛି । ୨ଦିନରେ ୪୪ଟି ଜୋନର ଗଣତି ହୋଇଛି । ୨୨ଟିରେ ବିଜେଡି ବିଜୟୀ, ୨୨ଟିରେ ଜୋନରେ ଆଗୁଆ । ଗତଥର ୬୪ଟି ଜୋନ ବିଜେଡି ଜିତିଥିଲା । ୪ଟିରେ ବିଜେପି, ଗୋଟିଏରେ କଂଗ୍ରେସ ଜିତିଥିଲା । ଚଳିତ ଥର ବିରୋଧୀ ଆଦୌ ଖାତା ଖୋଲିପାରି ନାହାଁନ୍ତି ।

ଟେଣ୍ଡ ଅନୁସାରେ,
ଗଞ୍ଜାମ ୪୪/୬୯
ବିଜେଡି -୪୪, ବିଜେପି – ୦, କଂଗ୍ରେସ – ୦
ଗଜପତି ୧୩/୧୪
ବିଜେଡି – ୧୦, ବିଜେପି- ୦୧, କଂଗ୍ରେସ – ୨
କନ୍ଧମାଳ ୧୮/୧୮
ବିଜେଡି – ୧୩, ବିଜେପି – ୦୨, କଂଗ୍ରେସ – ୦୩

ଗଜପତିରେ ୧୪ଜିଲ୍ଲା ପରିଷଦ ଜୋନରୁ ଆସିଲାଣି ୧୩ଟି ପରିଣାମ । ୭ଟିରେ ବିଜେଡି ବିଜୟୀ, ୩ଟିରେ ଆଗୁଆ । ବିଜେପିକୁ ଗୋଟିଏ ଓ କଂଗ୍ରେସକୁ ୨ଟି ଆସନ । ଗତଥର ଅଧ୍ୟକ୍ଷ ପଦ ହାତେଇଥିଲା ବିଜେପି । ଗଜପତିରେ ୨ଟି ଯାକ ବିଧାନସଭା ଶାସକ ଦଳ ହାତରେ ନାହିଁ । ପାରଳାଖେମୁଣ୍ଡି ବିଜେପି ଓ ମୋହନା କଂଗ୍ରେସ ହାତରେ ଅଛି ।

କନ୍ଧମାଳରେ ୧୮ଟି ଜିଲ୍ଲା ପରିଷଦ ଜୋନର ପରିଣାମ ଆସିସାରିଛି ସମସ୍ତ । ୧୩ଟି ଜିଲ୍ଲା ପରିଷଦ ଜୋନକୁ କବଜା କରିଛି ବିଜେଡି । ବିଜେପିକୁ ୨ ଓ କଂଗ୍ରେସକୁ ୩ଟି ଆସନ ମିଳିଛି । ଏଠାରେ ଜିଲ୍ଲା ପରିଷଦ ଗଢିବା ପାଇଁ ୧୦ଟି ଆସନ ଆବଶ୍ୟକ । ୧୩ଟି ଆସନ ସହ ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିଛି  । ୨୦୧୭ ନିର୍ବାଚନରେ ଜିଲ୍ଲାର ମୋଟ ୧୮ଟି ଜିଲ୍ଲା ପରିଷଦ ଜୋନ୍‌ରୁ ବିଜେଡି ୯ଟିରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୪ଟି, ବିଜେପି ୪ଟି ଏବଂ ଗୋଟିଏ ଜୋନ୍‌ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ ।