କନକ ବ୍ୟୁରୋ : କିଆ ଫୁଲ। ସମୁଦ୍ର ଉପକୂଳରେ ଏହି ଫୁଲ ଚାଷ କରି ଭଲ ଦୁଇ ପଇସା ରୋଜଗାର କରୁଥିଲେ ଗଂଜାମ ଜିଲ୍ଲାର ଚାଷୀ। କିନ୍ତୁ ବର୍ତମାନର ସ୍ଥିତି ବଦଳି ଯାଇଛି। କିଆଫୁଲ ଚାଷ କଲେ ମୂଲ ମିଳୁନଥିବା ଅଭିଯୋଗ କରିଛନ୍ତି ବ୍ରହ୍ମପୁର ଉପକଣ୍ଠରେ ରହୁଥିବା ଗୁଣପୁରର ଚାଷୀ।
ସମୁଦ୍ର ଉପକୂଳରେ ବର୍ଷକୁ ୩ଥର କିଆଫୁଲ ଚାଷ ହୁଏ
ଜୁଲାଇରୁ ସେପ୍ଟେମ୍ବର, ମେ’‘ରୁ ଜୁନ, ଅକ୍ଟୋବରରୁ ନଭେମ୍ବରରେ ଚାଷ ହୁଏ
ଗୋଟିଏ ଫୁଲର ଦାମ ୨୦ରୁ ୩୦ ଟଙ୍କା
କିଆଫୁଲ ସଂଗ୍ରହ କରି ଭାଟିରେ ଦେଇଥାନ୍ତି ଚାଷୀ
ଫୁଲକୁ ରାନ୍ଧି ତରଳ ଅଂଶକୁ ବାହାର କରାଯାଏ
ତରଳ ଅଂଶରେ ଅତର, ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ ହୁଏ

Advertisment

ରାଜ୍ୟ ବାହାରେ କିଆଫୁଲର ବେଶ ଚାହିଦା ରହିଛି। କିଆଫୁଲ ଅତରକୁ ଦିଲ୍ଲୀ, କନୌଜ, କାନପୁର ଭଳି ଅନେକ ବଡ଼ବଡ଼ ସହରରେ ରହିଥିବା କମ୍ପାନୀ ଗୁଡ଼ିକୁ ପଠାଯାଏ। ବିଦେଶକୁ ମଧ୍ୟ ଯାଇଥାଏ । ଛତ୍ରପୁର, ରଙ୍ଗେଇଲୁଣ୍ଡା ଓ ଚିକିଟି ବ୍ଳକରେ ଉତ୍ତରପ୍ରଦେଶର କନୌଜରୁ ବେପାରୀମାନେ ଆସି ବ୍ରହ୍ମପୁରରେ ଭାଟି ନିର୍ମାଣ କରି ବ୍ୟବସାୟ କରିଥାନ୍ତି ।

କିଆଫୁଲ ଚାଷୀଙ୍କ ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଅବଗତ ରହିଥିବା ବେଳେ କେବେ ସେମାନଙ୍କୁ ସୁବିଧା ଯୋଗାଇ ଦେବେ ତାକୁ ହିଁ ଅପେକ୍ଷା କରିଛନ୍ତି ଚାଷୀ ।