ଗଞ୍ଜାମରେ ପୁଣି ଏନକାଉଁଟର । ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ବେହେରା ଗୋଡରେ ବାଜିଲା ପୋଲିସ ଗୁଳି

Advertisment
ଗଞ୍ଜାମରେ ପୁଣି ଏନକାଉଁଟର । ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ବେହେରା ଗୋଡରେ ବାଜିଲା ପୋଲିସ ଗୁଳି

କନକ ବ୍ୟୁରୋ : ଗଞ୍ଜାମରେ ପୁଣି ଏନକାଉଁଟର । ଏନକାଉଁଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ବେହେରା ଓରଫ୍ କୋକୋ ଆହତ । ସ୍ଥାନୀୟ ଅଂଚଳର ଜୟଶ୍ରୀ କେମିକାଲ ରାସ୍ତାରେ ପୋଲିସ କଲା ଏନକାଉଁଟର । ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତର ବାମ ଗୋଡରେ ବାଜିଛି ଗୁଳି । ଚିକିତ୍ସା କରାଇବା ପାଇଁ ଏମକେସେଜିରେ ହୋଇଛି ଭର୍ତି ।

publive-imageତେବେ ଅପରାଧୀ ପାଖରୁ ଗୋଟିଏ ଗୁଳି , ପିସ୍ତଲ ଓ ଗୋଟିଏ ବାଇକ ଜବତ ହୋଇଥିବା ନେଇ ମିଳିଛି ପ୍ରାଥମିକ ସୂଚନା । ତେବେ ଏହି ଏନକାଉଁଟର ସମୟରେ ୨ ପୋଲିସ କନେଷ୍ଟବଳ ମଧ୍ୟ ଆହତ ହୋଇଥିବା ନେଇ ମିଳିଛି ସୂଚନା । ସୁଶାନ୍ତ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ରହିଛି ମାମଲା । ସୁଶାନ୍ତକୁ ଧରିବା ପାଇଁ ପୋଲିସ ପୂର୍ବରୁ ପ୍ଲାନ କରିଥିଲା । ଆଉ ମୌକା ମିଳିବା ମାତ୍ରେ ପୋଲିସ କଲା ଏନକାଉଁଟର । ପୂର୍ବରୁ ମଧ୍ୟ ଅନେକଥର ଗଜାଂମ ପୋଲିସ ଏନକାଉଁଟର କରିଛି । ଅପରାଧକୁ ନିୟନ୍ତ୍ରଣ କରିବା ଲାଗି ପୋଲିସ ଏନକାଉଁଟର ପନ୍ଥା ଆପଣାଇଥିବା କଥା କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe