କନକ ବ୍ୟୁରୋ : ଗଞ୍ଜାମରେ ପୁଣି ଏନକାଉଁଟର । ଏନକାଉଁଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ବେହେରା ଓରଫ୍ କୋକୋ ଆହତ । ସ୍ଥାନୀୟ ଅଂଚଳର ଜୟଶ୍ରୀ କେମିକାଲ ରାସ୍ତାରେ ପୋଲିସ କଲା ଏନକାଉଁଟର । ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତର ବାମ ଗୋଡରେ ବାଜିଛି ଗୁଳି । ଚିକିତ୍ସା କରାଇବା ପାଇଁ ଏମକେସେଜିରେ ହୋଇଛି ଭର୍ତି ।
ତେବେ ଅପରାଧୀ ପାଖରୁ ଗୋଟିଏ ଗୁଳି , ପିସ୍ତଲ ଓ ଗୋଟିଏ ବାଇକ ଜବତ ହୋଇଥିବା ନେଇ ମିଳିଛି ପ୍ରାଥମିକ ସୂଚନା । ତେବେ ଏହି ଏନକାଉଁଟର ସମୟରେ ୨ ପୋଲିସ କନେଷ୍ଟବଳ ମଧ୍ୟ ଆହତ ହୋଇଥିବା ନେଇ ମିଳିଛି ସୂଚନା । ସୁଶାନ୍ତ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ରହିଛି ମାମଲା । ସୁଶାନ୍ତକୁ ଧରିବା ପାଇଁ ପୋଲିସ ପୂର୍ବରୁ ପ୍ଲାନ କରିଥିଲା । ଆଉ ମୌକା ମିଳିବା ମାତ୍ରେ ପୋଲିସ କଲା ଏନକାଉଁଟର । ପୂର୍ବରୁ ମଧ୍ୟ ଅନେକଥର ଗଜାଂମ ପୋଲିସ ଏନକାଉଁଟର କରିଛି । ଅପରାଧକୁ ନିୟନ୍ତ୍ରଣ କରିବା ଲାଗି ପୋଲିସ ଏନକାଉଁଟର ପନ୍ଥା ଆପଣାଇଥିବା କଥା କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/KOKO.jpg)