ଗଞ୍ଜାମରେ ଅପରେସନ କ୍ଲିନର ୬୦ ତମ ଏନକାଉଂଟର । ଖଲ୍ଲିକୋଟ ଅଂଚଳରେ ଗୁଳି ବିନିୟମରେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ସ୍ୱାଇଁ ଗୁରୁତର

କିଛି ଦିନ ବ୍ୟବଧାନ ପରେ ଗଞ୍ଜାମ ପୋଲିସର ପୁଣି ଏନକାଂଉଟର

89

କନକ ବ୍ୟୁରୋ : କିଛି ଦିନ ବ୍ୟବଧାନ ପରେ ଗଞ୍ଜାମ ପୋଲିସର ପୁଣି ଏନକାଂଉଟର । ଗୁଳିବିନିମୟରେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ସ୍ୱାଇଁ ଗୁରୁତର ହୋଇଛି । ଏଥିରେ ଖଲ୍ଲିକୋଟ ଥାନା ଇନସ୍ପେକ୍ଟରଙ୍କ ସମେତ ମୋଟ ୪ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଆଜି ଭୋର ୪ଟା ସମୟରେ ଖଲ୍ଲିକୋଟ ନାରାୟଣୀ ମନ୍ଦିର ରାସ୍ତାରେ ଏହି ଗୁଳିବିନିମୟ ହୋଇଛି । ମନୋଜ ସ୍ୱାଇଁଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖଲ୍ଲିକୋଟ ମେଡିକାଲ ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ମନୋଜର ବାମ ଗୋଡରେ ଗୁଳି ବାଜିଛି ଘଟଣାସ୍ଥଳରୁ ମନୋଜର ଅନ୍ୟତମ ସହଯୋଗୀ ଫେରାର ହୋଇଯାଇଛି । ତାକୁ ଧରିବାକୁ ପୋଲିସ ପକ୍ଷରୁ ଏନକାଉଂଟର ଜାରି ରହିଛି । ଘଟଣାସ୍ଥଳରୁ ଗୋଟିଏ ମାଉଜର, ଦୁଇଟି ଗୁଳି ବାଇକ ଓ ମାଗାଜିନ ଜବତ ହୋଇଛି । ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ପକ୍ଷରୁ ଚାଲିଥିବା ଅପରେସନ କ୍ଲିନରେ ଏହା ହେଉଛି ୬୦ ତମ ଏନକାଂଉଟର । ମନୋଜ ହେଉଛନ୍ତି ଅପରେସନ କ୍ଲିନର ୬୫ତମ ଶିକାର ।