କରୋନା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ, ଜିଲ୍ଲାରେ ସଂକ୍ରମଣ କମ ଅଛି । 

213

କନକ ବ୍ୟୁରୋ: କରୋନା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ, ଦ୍ୱିତୀୟ ଲହର ମୁକାବିଲା ପାଇଁ ଜନତା ସହଯୋଗ କରନ୍ତୁ । ଗଞ୍ଜାମରେ ସଂକ୍ରମଣ ହାର କମ ଅଛି । ହେଲେ ଆଗକୁ ସଂକ୍ରମଣ ନେଇ କିଛି କହିହେବନି । ଜିଲ୍ଲା କୋଭିଡ ହେଲଥ ସେଣ୍ଟର ପ୍ରସ୍ତୁତ ଅଛି । ୧୫ ଶହ ବେଡର କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ ଅଛି ।

ସେହିପରି ଆହୁରି ମଧ୍ୟ କହିଛନ୍ତି, ପ୍ରବାସୀ ଓଡିଆ ଫେରିବା ହାର କମ ଅଛି ପର୍ବ ପାଇଁ କିଛି ଫେରିଛନ୍ତି । ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ସ୍କ୍ରିନିଂ କରାଯାଉଛି । ପ୍ରଥମ ଲହର ପରି ଦ୍ୱିତୀୟ ଲହରକୁ ମଧ୍ୟ ମୁକାବିଲା କରିବାକୁ ପ୍ରସ୍ତୁତ ଅଛି । କୋଭିଡ ଦ୍ୱିତୀୟ ଲହରକୁ ମଧ୍ୟ ସଫଳତାର ସହ ମୁକାବିଲା କରିବୁ ।

ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ରାଜ୍ୟକୁ ପୁଣି ପ୍ରବାସୀ ଫେରୁଛନ୍ତି । ଗତ ବର୍ଷ ଗଞ୍ଜାମ ଜିଲ୍ଲାକୁ ପ୍ରବାସୀ ଫେରିବା ପରେ ସ୍ଥିତି ଅଣାୟତ ହୋଇଥିଲା । ହେଲେ ଏଥର ସଜାଗ ରହିଛି ଜିଲ୍ଲା ପ୍ରାଶାସନ ।