ଗଂଜାମରେ ଆଜି ଆଉ ୭୬ ନୂଆ ପଜିଟିଭ ଚିହ୍ନଟ: ହଜାରେ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୧ ରେ ପହଞ୍ଚିଲା

ସକ୍ରିୟ ସଂକ୍ରମିତ - ୩୪୩, ସୁସ୍ଥ - ୬୮୦, ମୃତ - ୮ । ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ।

891

କନକ ବ୍ୟୁରୋ: ଗଞ୍ଜାମରେ ୧ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ନୂଆ ୭୬ ଜଣ ନୂଆ ପଜିଟିଭ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୧ରେ ପହଂଚିଛି । ଏମାନଙ୍କ ମଧ୍ୟରୁ ୬୮୦ ଜଣ ସୁସ୍ଥ ହୋଇଥିବାବେଳେ ୩୪୩ଟି ସକ୍ରିୟ ମାମଲା ରହିଛି । ସେହିପରି ୮ ଜଣଙ୍କର ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ତେବେ ବଡ କଥା ଯେ ଆଜି ଚିହ୍ନଟ ହୋଇଥିବା ୭୬ ଜଣଙ୍କ ମଧ୍ୟରୁ ୧୪ ଜଣ କୋଭିଡ ଯୋଦ୍ଧା କରୋନା ପଜିଟିଭ ବୋଲି ଚିହ୍ନଟ ହୋଇଛନ୍ତି ।

ଏହି ୧୪ ଜଣଙ୍କ ମଧ୍ୟରୁ ଜଣେ ବେଲଗୁଣ୍ଠା, ୬ ଜଣ ବ୍ରହ୍ମପୁର ମହାନଗର ନିଗମ ଅଂଚଳରୁ, ୪ ଜଣ କୁକୁଡାଖଣ୍ଡିରୁ, ଜଣେ ଖଲିକୋଟରୁ, ଜଣେ ପୋଲସରାରୁ ଓ ଜଣେ ସୋରଡ଼ାରୁ ହୋଇଥିବାର ଜଣାପଡିଛି । ସେହିପରି ୬ ଜଣ ରାଜ୍ୟ ବାହାରୁ ଆସିଥିବାବେଳେ ୫୬ ଜଣ ପଜିଟିଭଙ୍କ ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତ ହୋଇଛନ୍ତି ।