କରୋନାରେ ଚାଲିଗଲା ଆଉ ଜଣେ ସ୍ୱାମାଦିକଙ୍କ ଜୀବନ । ସମ୍ବାଦ ଗଞ୍ଜାମ ଜିଲ୍ଲା ପ୍ରତିନିଧି ପ୍ରଦୀପ ସାହୁଙ୍କ ପରଲୋକ, ଘରୋଇ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା । ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

176

କନକ ବ୍ୟୁରୋ : କରୋନା କାଳରେ ଆସିଛି ଆଉ ଏକ ଦୁଃଖଦ ଖବର ।  କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ଆଉ ଜଣେ ସାମ୍ବାଦିକ । କରୋନାରେ  ଦୈନିକ ଖବରକାଗଜ ସମ୍ବାଦର ଗଞ୍ଜାମ ଜିଲ୍ଲା ପ୍ରତିନିଧି ପ୍ରଦୀପ ସାହୁଙ୍କ ପରଲୋକ ହୋଇଯାଇଛି ।  ଗତ କିଛିଦିନ ହେଲା ସେ କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଘରୋଇ କୋଭିଡ ହସପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା ।

ପ୍ରଦୀପ ସାହୁଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି ।  ଆମର ଆତ୍ମାର ସତଗତି କାମନା କରିବା ସହ  ଶୋକସନ୍ତପ୍ତ ପରିବାରବର୍ଗକୁ  ସମବେଦନା ଜଣାଇଛନ୍ତି  । ଏପ୍ରିଲରେ ସାରା ଦେଶରେ କିଛି ପ୍ରମୁଖ ଗଣମାଧ୍ୟମ ସଂସ୍ଥ୍ାର ସାମ୍ବାଦିକଙ୍କ ସହ  ୧୨୫ରୁ ଅଧିକ ସାମ୍ବାଦିକ  କୋଭିଡରେ ପ୍ରାଣ ହରାଇସାରିଲେଣି  ।

କରୋନାର ଦ୍ୱିତୀୟ ଲହରରେ ସାମ୍ବାଦିକ ମାନେ ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଛନ୍ତି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟରେ ସାମ୍ବାଦିକ ମାନଙ୍କୁ କରୋନାର ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରି ପ୍ରଥମେ ଭ୍ୟାକସିନ ଦେବାର ବ୍ୟବସ୍ଥା କରିଛନ୍ତି । କେବଳ ଓଡ଼ିଶାରେ ନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ ସାମ୍ବାଦିକମାନଙ୍କୁ ଭ୍ୟାକସିନ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି ।