ଗଞ୍ଜାମରେ ଶହେ ଟପିଲା କରୋନା ମୃତ୍ୟୁ ସଂଖ୍ୟା । ଓଡ଼ିଶାରେ ୧୪ଶହ ୩୪ ନୂଆ ଆକ୍ରାନ୍ତ, ୧୦ ମୃତ । ସେପଟେ ଦେଶରେ ୧୭ ଲକ୍ଷ ଟପିଲା ସଂକ୍ରମଣ, ଗୋଟିଏ ଦିନରେ ୫୪ ହଜାରରୁ ଅଧିକ ଆକ୍ରାନ୍ତ ।

125

କନକ ବ୍ୟୁରୋ: ଗତ ୨୪ ଘଂଟାରେ ରାଜ୍ୟରେ ୧୪ ଶହ ୩୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ସଂଗରୋଧ କେନ୍ଦ୍ରରୁ ୮ ଶହ ୮୯ ଏବଂ ସ୍ଥାନୀୟ ଅଂଚଳରୁ ୫ ଶହ ୪୫ ଆକ୍ରାନ୍ତ ରହିଛନ୍ତି । ଗଂଜାମ ଜିଲ୍ଲାରୁ ସର୍ବାଧିକ ୩୨୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଧାରୁ ୨୧୮, ରାୟଗଡାରୁ ୧୯୭, କଟକରୁ ୧୨୩ ଏବଂ ଗଜପତିରୁ ୯୧ ଜଣ ଆକ୍ରାନ୍ତ ରହିଛନ୍ତି । ଆଜିର ୧୪ ଶହ ୩୪ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୩୪ ହଜାର ୯୧୩ କୁ ବୃଦ୍ଧି ହୋଇଛି । .. ସେପଟେ ଗତ ୨୪ ଘଂଟାରେ ରାଜ୍ୟରେ କରୋନା ସଂକ୍ରମଣରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି ।

ଗଂଜାମରୁ ୪ ଜଣ, ଖୋର୍ଧାରୁ ୩ ଜଣ ଏବଂ ଯାଜପୁର, କଳାହାଣ୍ଡି ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । .. ସେପଟେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୧୭ ଲକ୍ଷ । ଗତ ୨୪ ଘଂଟାରେ ୫୪ ହଜାର ୭୩୬ ନୂଆ ଆକ୍ରାନ୍ତଙ୍କ ସହ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୭ ଲକ୍ଷ ୫୦ ହଜାର ୭୨୪ରେ ପହଁଚିଛି । ସେହିପରି ୨୪ଘଂଟାରେ କରୋନା ଭୂତାଣୁ ସଂକ୍ରମିତ ହୋଇ ୮୫୩ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩୭ ହଜାର ଅତିକ୍ରମ କରିଛି ।