ପୁଅ କରୋନା ଆକ୍ରାନ୍ତ ଶୁଣିବା ପରେ ହୃଦଘାତରେ ଚାଲିଗଲା ବାପାଙ୍କ ଜୀବନ : ହେଲେ ଶବକୁ କାନ୍ଧ ଦେବାକୁ କେହି ଆସିଲେନି ; କବିସୂର୍ଯ୍ୟନଗରରେ ମୃତଦେହ ଘଂଟାଏ ପଡି ରହିବା ପରେ ଅନ୍ତିମ ସଂସ୍କାର କଲା ପ୍ରଶାସନ

769

କନକ ବ୍ୟୁରୋ : କରୋନା ଭୟ ଭିତରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରୁ ଆସିଲା ହୃଦୟବିଦାରକ ଖବର । ଶବକୁ ମିଳିଲାନି କାନ୍ଧ ଅଟୋରେ ବୁହାହେଲା ମୃତଦେହ । ପୁଅ କରୋନା ପଜିଟିଭ ଆସିବା ପରେ ବାପାର ହୃତଘାତରେ ପରଲୋକ ହୋଇଯାଇଥିଲା । କିନ୍ତୁ ମୃତଦେହକୁ କେହି କାନ୍ଧଦେଲେନି । ଖବର ଅନୁସାରେ, ସହରର ଜଣେ ଜଣାଶୁଣା ସୁନା ବ୍ୟବସାୟୀ କରୋନା ପଜଟିଭ ଚିହ୍ନଟ ହୋଇଥିଲେ । ଏହା ଶୁଣିବା ପରେ ବାପାଙ୍କ ହୃତଘାତରେ ପ୍ରାଣ ଚାଲିଯାଇଥିଲା ।

ପରିବାରର ଜଣେ ସଦସ୍ୟ ପଜିଟିଭ ଜାଣିବା ପରେ ମୃତଦେହକୁ କେହି ଛୁଇଁଲେ ନାହିଁ । ଫଳରେ ଘଂଟା ଘଂଟା ଧରି ମୃତଦେହ ପଡିରହିଥିଲା ପରେ ପ୍ରଶାସନ ଓ କିଛି ଲୋକେ ଅଟୋ ସହାୟତାରେ ମୃତଦେହକୁ ନେଇ ଅନ୍ତିମ ସଂସ୍କାର କରିଥିଲେ ।

Comments are closed.