କନକ ବ୍ୟୁରୋ : କରୋନା ଭୟ ଭିତରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରୁ ଆସିଲା ହୃଦୟବିଦାରକ ଖବର । ଶବକୁ ମିଳିଲାନି କାନ୍ଧ ଅଟୋରେ ବୁହାହେଲା ମୃତଦେହ । ପୁଅ କରୋନା ପଜିଟିଭ ଆସିବା ପରେ ବାପାର ହୃତଘାତରେ ପରଲୋକ ହୋଇଯାଇଥିଲା । କିନ୍ତୁ ମୃତଦେହକୁ କେହି କାନ୍ଧଦେଲେନି । ଖବର ଅନୁସାରେ, ସହରର ଜଣେ ଜଣାଶୁଣା ସୁନା ବ୍ୟବସାୟୀ କରୋନା ପଜଟିଭ ଚିହ୍ନଟ ହୋଇଥିଲେ । ଏହା ଶୁଣିବା ପରେ ବାପାଙ୍କ ହୃତଘାତରେ ପ୍ରାଣ ଚାଲିଯାଇଥିଲା ।
ପରିବାରର ଜଣେ ସଦସ୍ୟ ପଜିଟିଭ ଜାଣିବା ପରେ ମୃତଦେହକୁ କେହି ଛୁଇଁଲେ ନାହିଁ । ଫଳରେ ଘଂଟା ଘଂଟା ଧରି ମୃତଦେହ ପଡିରହିଥିଲା ପରେ ପ୍ରଶାସନ ଓ କିଛି ଲୋକେ ଅଟୋ ସହାୟତାରେ ମୃତଦେହକୁ ନେଇ ଅନ୍ତିମ ସଂସ୍କାର କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/18-2.jpg)