କନକ ବ୍ୟୁରୋ: ବହୁ ପୁରୁଣା ପାରାମ୍ପରା ଗଞ୍ଜାମ ଜିଲ୍ଲାର ଦଣ୍ଡନାଚ । ଗତବର୍ଷ କୋରନା କଟକଣା ଯୋଗୁଁ ବନ୍ଦ ରଖିବା ଦଣ୍ଡନାଚ ଏ ବର୍ଷ ଆରମ୍ଭ ହୋଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କରୋନା କଟକଣା ଭିତରେ ୨୧ ଦିନ ଧରି ଦଣ୍ଡ ନାଚ ଚାଲିବ । ଦଣ୍ଡନାଚରେ କରାଯାଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଛି । କମ୍ ସଂଖ୍ୟକ ଲୋକଙ୍କୁ ନେଇ ଦିନ ୩ଟା ପରେ ଦଣ୍ଡନାଚ କରାଯିବ ।
ଏହାସହ ଦଣ୍ଡୁଆଙ୍କ ପାଇଁ କରାଯାଇଥିବା ଭୋଗ କେବଳ ଦଣ୍ଡୁଆମାନେ ଖାଇବେ ବୋଲି ଜିଲ୍ଲା ପ୍ରଶାସନର କଡା ତାଗିଦ୍ ରହିଛି । ମାନସିକଧାରୀ ଦଣ୍ଡ କରିବାକୁ ହେଲେ ସ୍ଥାନୀୟ ତହସିଲଦାରଙ୍କ ଠାରୁ ଅନୁମତି ନେବେ । ଦଣ୍ଡନାଚ ବେଳେ ସର୍ବାଧିକ ୨୦୦ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଛି ।
ଗଂଜାମର ଦଣ୍ଡନାଚ ଓ ଦୋଳଯାତ୍ରା ପାଇଁ ରାଜ୍ୟ ବାହାରୁ ପ୍ରବାସୀ ଓଡିଆ ଜିଲ୍ଲାକୁ ଫେରିବାର ଆଶଙ୍କା ରହିଛି । ଗତବର୍ଷ ସୁରତରୁ ପ୍ରବାସୀ ଫେରିବା ପରେ ଜିଲ୍ଲାରେ ସ୍ଥିତି ବିଗିଡି ଯାଇଥିଲା । ଏବେ ଯେମିତି ସେହି ଘଟଣାର ପୁନରାବୃତି ନହୁଏ ସେଥିପ୍ରତି ନଜର ରଖିଛି ଜିଲ୍ଲା ପ୍ରସାଶନ । ଯାତ୍ରା ପାଇଁ ଘରରୁ ଫେରିବାକୁ ଚାହୁଁଥିବା ପ୍ରବାସୀଙ୍କୁ ନଆସିବା ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ଦ୍ୱ୍୍ୱନ୍ଦ୍ୱ ଭିତରେ ଗଂଜାମ ଦଣ୍ଡନାଚ ଆରମ୍ଭ ହୋଇଥିବା ବେଳେ ମାନସିକଧାରୀ ମାନେ ଏହାକୁ ସ୍ୱାଗତ କରିଛନ୍ତି । କିନ୍ତୁ ପ୍ରବାସୀଙ୍କ ଫେରିବା ନେଇ ଏବେ ବି ଅନିଶ୍ଚିତତା ଲାଗିରାହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/13-25.jpg)