କନକ ବ୍ୟୁରୋ : ଗାଧୋଇବାକୁ ଯାଇଥିବା ଯୁବକର ତଂଟି କାଟି ଦେଲେ ଦୁର୍ବୃତ୍ତ । ଗଂଜାମ ଜିଲ୍ଲା ଭଂଜନଗର ଥାନା ମୁଜାଗଡ ଗାଁରେ ଘଟିଛି ଏହି ଘଟଣା । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ମୁଜାଗଡ ବଡଦାଣ୍ଡ ସାହିର ବ୍ରହ୍ମେଶ୍ୱର ମୁଳି ଗତକାଲି ହାଟପଦା ସାହିର ପୋଖରୀକୁ ଗାଧେଇବାକୁ ଯାଇଥିଲେ । ଦୁର୍ବୃତ୍ତମାନେ ଏକ ଧାରୁଆ ଅସ୍ତ୍ରରେ ବ୍ରହ୍ମେଶ୍ୱରଙ୍କ ତଂଟି ଓ ହାତକୁ କାଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ବ୍ରହ୍ମେଶ୍ୱର ରକ୍ତ ଜୁଡୁବୁଡୁ ଅବସ୍ଥାରେ ତିନି ଘଂଟା ତଳେ ପଡି ଛଟପଟ ହେବା ପରେ ଆମ୍ବୁଲାନ୍ସରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । କିଏ, କାହିଁକି ବ୍ରହ୍ମେଶ୍ୱରଙ୍କୁ ତଂଟି କାଟି ହତ୍ୟା ଉଦ୍ୟମ କରିଛି, କାରଣ ଜଣାପଡିନଥିବା ବେଳେ ଭଂଜନଗର ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି ।

Advertisment