ଟିକା ଅଭାବରୁ ଲାଗିଲା ନୋଟିସ : ବ୍ରହ୍ମପୁର ଗୁଡସ ରୋଡରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବୁଧବାର ପର୍ଯ୍ୟନ୍ତ ଟିକାଦାନ ବନ୍ଦ ରହିବା ନେଇ ସୂଚନା

183

କନକ ବ୍ୟୁରୋ : କରୋନାର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ଜୋର ଦେଉଛନ୍ତି । ହେଲେ ରାଜ୍ୟରେ କରୋନା ଟିକାର ଘୋର ଅଭାବ ଦେଖା ଦେଲାଣି । ଏପରିକି ଟିକାଦାନ କେନ୍ଦ୍ରରେ ନୋଟିସ ଲଗାଇ ଟିକା ନଥିବା ସୂଚନା ଦିଆଯାଇଛି । ଏ ହେଉଛି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ଗୁଡସ ରୋଡରେ ଥିବା ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଦୃଶ୍ୟ ।

ଏଥିରେ ନୋଟିସ ଲଗାଇ ସୋମବାର, ମଙ୍ଗଳବାର ଓ ବୁଧବାର ଟିକାଦାନ ବନ୍ଦ ରହିବା ନେଇ ଲୋକଙ୍କୁ ଅବଗତ କରାଯାଇଛି । ଗୁରୁବାରଠାରୁ ପୁଣି ଟିକାଦାନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି । ଗଞ୍ଜାମ ଜିଲ୍ଲାରେ ମୋଟ୍ ୧୦୧ କେନ୍ଦ୍ରରେ ଟିକାଦାନ ପାଇଁ ବ୍ୟବସ୍ଥା କରାଯାଇଥିଲା । ଆଜି କେତେକ କେନ୍ଦ୍ରରେ ଟିକାକରଣ ହେବ ଏବଂ ଅନ୍ୟ କେନ୍ଦ୍ରରେ ଆବଶ୍ୟକ ମୁତାବକ ଟିକା ନଥିବାରୁ ଟିକାଦାନ ବନ୍ଦ ରହିବ ବୋଲି ଜଣାପଡିଛି ।