ଗଞ୍ଜାମରେ ନିୟନ୍ତ୍ରଣକୁ ଆସିବାର ନାଁ ଧରୁନି କରୋନା ମହାମାରୀ: ଦିନକୁ ଦିନ ଜିଲ୍ଲାରେ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା; ଚା’, ପରିବା ଓ ତେଜରାତି ଦୋକାନୀ କରୋନା ସଂକ୍ରମିତ ସୂଚନା

Advertisment
ଗଞ୍ଜାମରେ ନିୟନ୍ତ୍ରଣକୁ ଆସିବାର ନାଁ ଧରୁନି କରୋନା ମହାମାରୀ: ଦିନକୁ ଦିନ ଜିଲ୍ଲାରେ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା; ଚା’, ପରିବା ଓ ତେଜରାତି ଦୋକାନୀ କରୋନା ସଂକ୍ରମିତ ସୂଚନା

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀ ନିୟନ୍ତ୍ରଣକୁ ଆସିବାର ନାଁ ଧରୁନି। ପ୍ରତ୍ୟହ ବିଭିନ୍ନ ଇଲାକାକୁ ମାଡ଼ି ଚାଲିଛି। ଗତକାଲି ପୁଣି ଜିଲ୍ଲାରେ ୮ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ଦୁଇ ଜଣ ଚା’ ଦୋକାନୀ, ୪ଜଣ ପନିପରିବା ବିକାଳି ଏବଂ ୨ଜଣ ତେଜରାତି ଦୋକାନୀ ରହିଛନ୍ତି। ଏହି ସଂକ୍ରମତିଙ୍କ ମଧ୍ୟରେ ବେଲଗୁଣ୍ଠା ଅଞ୍ଚଳର ୪ଜଣ, ଖଲ୍ଲିକୋଟ ଅଞ୍ଚଳର ୩ଜଣ ଏବଂ ପୋଲସରା ଅଞ୍ଚଳର ଜଣେ ସଂକ୍ରମିତ ଥିବା ଗଞ୍ଜାମ ଜିଲ୍ଲାପାଳ ଟ୍ବିଟ୍ କରି ସୂଚନା ଦେଇଛନ୍ତି।

ଏହି ନୂଆ ପଜିଟିଭ୍ ଚିହ୍ନଟ ପରେ ଜିଲ୍ଲାରେ ସମୁଦାୟ ପଜିଟିଭ୍ ସଂଖ୍ୟା ୬୯୦ରେ ପହଞ୍ଚିଛି। ଗତକାଲି ୧୭ଜଣ ସୁସ୍ଥ ହୋଇଥିବା ବେଳେ ଜିଲ୍ଲାରେ ସମୁଦାୟ ୬୧୩ଜଣ ସୁସ୍ଥ ହେଲେଣି। ଅଦ୍ୟାବଧି ଜିଲ୍ଲାରେ ୬ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ସରକାରୀ ରେକର୍ଡ଼ରୁ ଜଣାଯାଇଛି। ବର୍ତ୍ତମାନ ଜିଲ୍ଲାରେ ୭୧ଟି ଆକ୍ଟିଭ ମାମଲା ରହିଥିବା ଓ ସେମାନେ କୋଭଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe