ଶବ ପୋଡିବାକୁ ମଶାଣି ମନା । ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳର ଶ୍ମଶାନରେ ଅନ୍ତିମ ସଂସ୍କାର ନ କରିବାକୁ ଲାଗିଲା ପୋଷ୍ଟର, ବାଉଁଶ ପୋତି କଲେ ବ୍ୟାରିକେଡ

2,995

କନକ ବ୍ୟୁରୋ : ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି । ଦେଶ ଓ ରାଜ୍ୟରୁ କରୋନାର କରୁଣ ରୂପ ସାମ୍ନାକୁ ଆସୁଥିବା ବେଳେ ଏବେ ଆସିଥିବା ଆଉ ଏକ ଖବର ସମସ୍ତଙ୍କୁ ବ୍ୟଥିତ କରିଛି । ଶବ ପୋଡିବାକୁ ଶ୍ମଶାନ ମନା । ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଗଞ୍ଜାମର ଭଞ୍ଜନଗରରେ ।

କିଛି ଦିନ ହେବ ଭଂଜନଗର ସହରରେ ଥିବା କୋଭିଡ଼ କେୟାରରେ ରୋଗୀଙ୍କ ମୃତ୍ୟୁ ପରେ ପରିବାର ଲୋକେ ଶବ ନେବାକୁ ଅମଙ୍ଗ ହେଉଛନ୍ତି । ଏଭଳି ପରିସ୍ଥିିିତିରେ କିଛି  ସ୍ୱେଚ୍ଛାସେବୀ ସଂଗଠନ ଶବକୁ ନେଇ ନିକଟସ୍ତ ଜାମପଳ୍ଲୀ ଶସ୍ମାନରେ ପୋଡ଼ୁଥିଲେ । ହେଲେ ସେଠାରେ ୪ ଟି ଶବ ପୋଡ଼ାଯିବା ପରେ  ହଠାତ କେହି ରାତିରେ ଶସ୍ମାନକୁ ବାଉଁଶ ଦ୍ୱାରା ଆବଧ କରି ଏକ ପୋଷ୍ଟର ଲଗାଇଛି ଯେ ଏଠାରେ କୋଭିଡ଼ ରୋଗିଙ୍କ ଶବ ପୋଡ଼ିବା ମନା ।  ଏହାଛଡା ସହରର ଚାରିପାଖରେ  ଥିବା ଶ୍ମଶାନରେ ଏପରି ପୋଷ୍ଟର ଲାଗିଥିବା କୁହାଯାଉଛି । ଗତ କାଲି ରାତ୍ର ଖାଲାସି   ସାହିର ଜଣେ ଲୋକଙ୍କ ମୃତ୍ୟୁ ପରେ ସବ ପୋଡ଼ିବାକୁ ସେଠାରେ ମନା କରାଯାଇଥିବାରୁ ଅନ୍ୟ ସ୍ତାନକୁ ନେଇ ସେ ଶବ ପୋଡ଼ିଥିଲେ କିଛି ସହଯୋଗୀ ।

Comments are closed.