ଏଣିକି ସବୁ ଦୋକାନୀ କରୋନା ଟିକା ନେବାକୁ ବାଧ୍ୟ : ଦୋକାନ ଆଗରେ ଟିକା ପ୍ରମାଣ ପତ୍ର ନ ଟାଙ୍ଗିଥିଲେ ବନ୍ଦ ହେବ ଦୋକାନ

2,418

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାପାଳଙ୍କ ନୂଆ ନିର୍ଦ୍ଦେଶ । ଏଣିକି ସବୁ ଦୋକାନୀ କରୋନା ଟିକା ନେବାକୁ ବାଧ୍ୟ । ଟିକା ନେବା ପରେ ତାହାର ପ୍ରମାଣପତ୍ର ଦୋକାନ ସମ୍ମୁଖରେ ନ ଲଗାଇଲେ ସେସବୁ ଦୋକାନକୁ ଖୋଲିବାକୁ ଅନୁମତି ଦିଆଯିବନି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । କୁହାଯାଇଛି ଜିଲ୍ଳାରେ ପ୍ରାଥମିକତା ଭିତରେ ଦୋକାନୀମାନଙ୍କୁ , ଟ୍ୟାକ୍ସି ଡ୍ରାଇଭର, ଅଟୋ ଡ୍ରାଇଭର, ହାଟବଜାରରେ ବିକ୍ରି କରୁଥିବା ଦୋକାନୀମାନଙ୍କୁ ଟିକା ଦିଆଯିବ । ବ୍ୟବସାୟୀ ମିଜେ ଟିକା ନେବା ସହ ନିଜ ଦୋକାନୀ କର୍ମଚାରୀଙ୍କ ପ୍ରବର୍ତ୍ତାଇବାକୁ ହେବ ।

ଜିଲ୍ଲାରେ ୨୬,୩୮,୧୩୨ ଟିକାକରଣର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ରତି ବ୍ଲକ ପିଛା ଦୈନିକ ପାଖାପାଖି ୧୨୦୦ ଜଣ ଯେପରି ଟିକା ଗହଣ କରିବେ ସେହି ଅନୁସାରେ କାର୍ଯ୍ୟଖସଡା ପ୍ରସ୍ତୁତ କରିବାକୁ ସବୁ ଅଧିକାରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ପଞ୍ଚସୂତ୍ରୀ ନିୟମ କଡାକଡି କରିବାକୁ ବ୍ୟାପକ ଚଢାଉ ହେବ । ଔଷଧ ଦୋକାନ ଓ ବ୍ୟସାୟୀ ସଂଘ ସହ ଯୋଗସୂତ୍ର ରକ୍ଷାକରି ବର୍ତ୍ତମାନ ସ୍ଥିତିରେ କେଉଁ ଔଷଧ ଅଧିକ ମାତ୍ରାରେ ବିକ୍ରି ହେଉଛି ଏବଂ କେଉଁ ଲକ୍ଷଣ ଜନିତ ଔଷଧ ବିକ୍ରି ହେଉଛି ସେହି ତଥ୍ୟ ସ୍ୱାସ୍ଥ୍ୟ ଅଧିକାରୀଗମ ଜୁମ୍ ବୈଠକ କରି ପଚାରି ବୁଝିବାକୁ ସେ କହିଛନ୍ତି । ବିବାହ ଭୋଜି , ବଣଭୋଜି ଇତ୍ୟାଦି ଉପରେ ଚଢାଉ ଜୋରଦାର ହେବ । ରୋଗୀ ନଥିବା ଚିକିତ୍ସା କେନ୍ଦ୍ରକୁ ପର୍ଯ୍ୟାୟ କ୍ରମେ ବନ୍ଦ କରାଯିବ ।