କନକ ବ୍ୟୁରୋ : କରୋନା ମହାମାରୀ କାଳରେ ସବୁଆଡୁ ନକରାତ୍ମକ ଖବର ଭିତରେ ଗଂଜାମରୁ ଏକ ଭଲ ଖବର ଆସିଛି । ଏଚଆଇଭି ଓ କରୋନା ଭୂତାଣୁ ସଂକ୍ରମିତ ଥିବା ଜଣେ ମହିଳା ବ୍ରହ୍ମପୁର ସିଟି ହସ୍ପିଟାଲରେ ଏକ ସୁସ୍ଥ ଝିଅକୁ ଜନ୍ମ ଦେଇଛନ୍ତି ।
ଭଲ ଖବର ଏହା ଯେ, ଶିଶୁଟିର କୋଭିଡ ରିପୋର୍ଟ ନେଗେଟିଭ ଆସିଛି । ଏବଂ ଶିଶୁଟି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ରହିଛି । ସୁସ୍ଥ ଶିଶୁଟି ଜନ୍ମ ନେବା ପରେ ଡାକ୍ତରଖାନାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ କେକ୍ କାଟି ଖୁସି ମନାଇଛନ୍ତି । ପ୍ରାୟ ସପ୍ତାହେ ପୂର୍ବରୁ ମହିଳା ଜଣକ ଡାକ୍ତରଖାନାରେ ଭର୍ତି ହୋଇଥିବା ବେଳେ ଡାକ୍ତର ଓ ନର୍ସ ତାଙ୍କର ଦେଖାଶୁଣା କରିବା ସହ ତାଙ୍କ ମନୋବଳ ବଢାଇ ରଖିଥିଲେ । ଶିଶୁଟିକୁ ଜନ୍ମ ଦେଇଥିବା ୨୩ବର୍ଷୀୟ ମହିଳା ଜଣକଙ୍କର ସ୍ୱାମୀ ସୁରଟର ଏକ କାରଖାନାରେ କାମ କରନ୍ତି ।
ତେବେ ଶିଶୁଟିର ଏଚଆଇଭି ରିପୋର୍ଟ ଆସିବା ପାଇଁ ୬ସପ୍ତାହ ସମୟ ଲାଗିବ । ଶିଶୁଟିର ଏଚଆଇଭି ରିପୋର୍ଟ ମଧ୍ୟ ନେଗେଟିଭ ଆସିବ ବୋଲି ଡାକ୍ତର ମାନେ ଆଶା ରଖିଛନ୍ତି । ମହିଳା ଜଣକ ୪ବର୍ଷ ତଳେ ଏଚଆଇଭି ପଜିଟିଭ ଚିହ୍ନଟ ହେବା ପରେ ଆଂଟି ରିଟ୍ରୋଭାଇରାଲ ଥେରାପୀ ନେଉଥିବା ବେଳେ ୨୦୧୮ରେ ମଧ୍ୟ ସେ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/vlcsnap-2021-05-15-14h13m29s590.png)