ନାଳରେ ବାଇକ ସହ ଭାସିଗରେ ଦମ୍ପତି : ବଞ୍ଚିଗଲେ ସ୍ୱାମୀ, ପତ୍ନୀଙ୍କ ମୃତଦେହ ଉଦ୍ଧାର

161

କନକ ବ୍ୟୁରୋ : ରାସ୍ତା ଉପରେ ଚାଲୁଥିବା ନାଳର ପ୍ରଖର ସୁଅରେ ବାଇକ ସହ ଭାସିଗଲେ ଦମ୍ପତି । ଗୁରୁତର ଅବସ୍ଥାରେ ସ୍ୱାମୀ ଉଦ୍ଧାର ହୋଇଥିବା ବେଳେ ଆଜି ସ୍ତ୍ରୀର ମୃତଦେହ ଉଦ୍ଧାର ହୋଇଛି । ଗଞ୍ଜାମ-କନ୍ଧମାଳ ସୀମାନ୍ତ ଭଞ୍ଜନଗର ବ୍ଲକ ନାରିଗୋଚ୍ଛା ଗାଁ ନିକଟରେ ଘଟିଛି ଏହି ଅଘଟଣ । ଗତକାଲି ସନ୍ଧ୍ୟାରେ ଲଘୁଚାପ ଜନିତ ବର୍ଷା ହେଉଥିବା ବେଳେ ଚିଙ୍ଗୁଡିଝୋଳା ଗାଁର ରଞ୍ଜିତ ନାୟକ, ପତ୍ନୀ ସହ ବାଇକରେ ଗାଲେରୀ ଆସୁଥିଲେ ।

ନାରିଗୋଚ୍ଛା ଗାଁ ନିକଟରେ ଏକ କଲଭର୍ଟ ପାରି ହେବା ବେଳେ ହଠାତ୍ ଦୁଇରୁ ତିନି ଫୁଟ ଉଚ୍ଚର ନାଳ ପାଣି ମାଡି ଆସିଥିଲା । ଆଉ ପାଣିର ପ୍ରଖର ସ୍ରୋତରେ ବାଇକ ସହ ଦମ୍ପତି ଭାସି ଯାଇଥିଲେ । ତେବେ ରଞ୍ଜିତ ଏକ ଗଛର ଡାଳକୁ ଧରି ଜୀବନ ବଞ୍ଚାଇଥିବା ବେଳେ ନାଳ ପାଣିରେ ଭାସି ଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଓ ଗାଲେରୀ ପାଣ୍ଡି ପୁଲିସ ପହଞ୍ଚି ରଞ୍ଜିତଙ୍କୁ ଉଦ୍ଧାର କରିଥିଲେ । ଆଉ ନିଖୋଜ ପତ୍ନୀଙ୍କୁ ଉଦ୍ଧାର ଉଦ୍ୟମ କରିଥିଲେ । ଆଜି ନାଳରୁ ରଂଜିତଙ୍କ ପତ୍ନୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।