ଗଂଜାମ ଜିଲ୍ଲା ଭଂଜନଗର ଅଂଚଳରେ ୭୨ ଜଣଙ୍କ ପିଲାଙ୍କ ଭବିଷ୍ୟତ ଅନ୍ଧାର : ପ୍ରକାଶ ପାଇନାହିଁ ମ୍ୟାଟ୍ରିକ ରେଜଲ୍ଟ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ

89

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷୀରେ ମିଳିନି ମାର୍କ । ସାରା ରାଜ୍ୟରେ ଦଶମ ପରୀକ୍ଷାରେ ୯୮ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ଗଂଜାମ ଜିଲ୍ଲା ଭଂଜନଗର ଅଂଚଳରେ ୭୨ ଜଣଙ୍କ ପିଲାଙ୍କ ରେଜଲ୍ଟ ପ୍ରକାଶ ହୋଇ ନାହିଁ । ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଭଂଜନଗର ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟର ୭୨ ଜଣ ଛାତ୍ରଛାତ୍ରୀଙ୍କୁ ମାଟ୍ରିକ ପରୀକ୍ଷାରେ ମାର୍କ ମିଳି ନାହିଁ । ଫଳରେ ସେମାନଙ୍କ ଭିବଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି ବୋଲି ଅଭିଯୋଗ ହୋଇଛି । ଏହି ଅଭିଯୋଗ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବି ପତ୍ର ଦେଇଛନ୍ତି ଛାତ୍ରଛାତ୍ରୀ ।