କନକ ବ୍ୟୁରୋ: ଜିଲ୍ଲାପାଳ ବୁଲିଲେ କୋଭିଡ ହସ୍ପିଟାଲ । ପ୍ରଥମ ଥର ପାଇଁ କୋଭିଡ ହସ୍ପିଟାଲ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ଗଂଜାମ ଜିଲ୍ଲାପାଳ । ପିପିଇ କିଟ୍ ପିନ୍ଧି ଏମକେସିଜି କୋଭିଡ୍ ହସ୍ପିଟାଲରେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଗଂଜାମ ଜିଲ୍ଲା ପ୍ରଶାସନ ।
Collector Ganjam visited COVID hospital MKCG. Interacted with patients. Patients expressed satisfaction for treatment, hygiene, food. Even One patient found doing study of CA. No issues about oxygen supply. @CMO_Odisha@HFWOdisha@SRC_Odisha@IPR_Odishapic.twitter.com/zcIX629KV7
— Collector & District Magistrate, Ganjam (@Ganjam_Admin) April 24, 2021
କୋଭିଡ୍ ହସ୍ପିଟାଲରେ ଗଞ୍ଜାମ ଜିଲ୍ଲାପାଳ ରୋଗୀଙ୍କୁ ଭେଟିଛନ୍ତି ଏବଂ ରୋଗୀ ସେବା ସଂପର୍କରେ ପଚାରି ବୁଝିଛନ୍ତି । ତେବେ ଏମକେସିଜିରେ କରୋନା ରୋଗୀଙ୍କୁ ଉତ୍ତମ ଚିକିତ୍ସା ମିଳୁଥିବା ବେଳେ ଉତ୍ତମ ଖାଦ୍ୟ ଦିଆଯାଉଛି । ତା ସହିତ ଅମ୍ଳଜାନର ଅଭାବ ନଥିବା ମଧ୍ୟ ଜିଲ୍ଲାପାଳ କହିଛନ୍ତି । ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ୬ ହଜାର ଉପରେ ରହିଛି । ସେ ଭିତରୁ ଆଜି ଗଞ୍ଜାମରୁ ଗତ ୨୪ ଘଂଟା ଭିତରେ ଚିହ୍ନଟ ହୋଇଛନ୍ତି ୧୬୧ କୋଭିଡ୍ ପଜିଟିଭ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/37-8.jpg)